www.samajalive.in
Sunday, December 14, 2025
26.1 C
Bhubaneswar

ତିନି ରଥରେ ଛେରାପହଁରା କଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ସାରି ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ ହେବା ପରେ ଛେରାପହଁରା ନୀତି ଆରମ୍ଭ ହୋଇଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ନିକଟରେ ପହଞ୍ଚିବା ପରେ ଛେରାପହଁରା ଆରମ୍ଭ ହୋଇଥିଲା। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଆଳତି ସରିବା ପରେ ମହାରାଜା ଛେରାପହଁରା ଆରମ୍ଭ କରିଥିଲେ। ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥରେ ଛେରାପହଁରା କରିବା ପରେ ପରେ ମା’ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତଙ୍କ ରଥରେ ଛେରାପହଁରା କରିଥିଲେ।

ଛେରାପହଁରା ପରେ ଅନ୍ୟାନ୍ୟ ନୀତି ହୋଇ ରଥରୁ ଚାରମାଳ ଖୋଲାଯିବା ପରେ ତିନି ରଥରେ ଘୋଡ଼ା ସଂଯୋଗ କରାଯିବ। ଏହା ପରେ ରଥ ଟଣା ଆରମ୍ଭ ହେବ। ବାହୁଡ଼ା ଯାତ୍ରା ପାଇଁ ନୀତି ସଅଳ ହୋଇଥିଲା। ଯେଉଁଥିପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ପହଣ୍ଡି ଏବଂ ଛେରାପହଁରା ନୀତି ସମ୍ପନ୍ନ ହୋଇଛି। ତେଣୁ ରଥ ଟଣା ମଧ୍ୟ ଶୀଘ୍ର ହେବାର ସମ୍ଭାବନା ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories