www.samajalive.in
Monday, December 8, 2025
24.1 C
Bhubaneswar

ସ୍ତ୍ରୀର ମୃତ୍ୟୁ ପରେ ଆଖି ବୁଜିଲେ ସ୍ୱାମୀ; ହୃଦ୍‍ଘାତ ନେଲା ବାପାଙ୍କ ପ୍ରାଣ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଋଣ ବୋଝ ନେଲା ତିନି ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି । ନୀଳଗିରି ବ୍ଲକ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ଜୟକୃଷ୍ଣ ନନ୍ଦ ଦେବଗୋସ୍ୱାମୀଙ୍କ ପୁଅ ସ୍ୱରୂପାନନ୍ଦ(୪୫) ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀସଂଗୀତା(୪୦) ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣି ହଲର ଓ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ । ବ୍ୟବସାୟରେ ବାରମ୍ବାର କ୍ଷତି ଘଟିବା ଯୋଗୁ ସେମାନେ ଋଣ ପରିଶୋଧରେ ଅସମର୍ଥ ହୋଇ ପଡ଼ିଥିଲେ । ବାରମ୍ବାର ଋଣ ପ୍ରଦାନକାରୀ ସଂସ୍ଥାର ତାଗିଦ ଯୋଗୁ ଏମାନେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଋଣ ପରିଶୋଧ କରିବା ଚିନ୍ତା ଓ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶେଷରେ ଏହି ଦମ୍ପତି ଗତ ବୁଧବାର ରାତିରେ ବିଷ ପିଇ ଦେଇଥିଲେ ।

ଏହା ଜାଣି ପରିବାର ଲୋକେ ସେମାନଙ୍କୁ ପ୍ରଥମେ ନୀଳଗିରି, ବାଲେଶ୍ୱର ମେଡିକାଲ କଲେଜ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରୁ ପୁଣି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲେ ହେଁ ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସୁଶ୍ରୀସଂଗୀତାଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀ ସ୍ୱରୂପାନନ୍ଦ ଭେଣ୍ଟିଲେଟର ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ ମଧ୍ୟ ଗତକାଲି ରାତି ୨ଟା ୧୫ମିନିଟରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ତାଙ୍କ ମରଶରୀରକୁ ଦାହ କରି ପରିଜନମାନେ ପୁରୀ ସ୍ୱଃର୍ଗଦ୍ୱାରରୁ ଫେରୁଥିବା ସମୟରେ ଆଜି ତାଙ୍କ ବାପା ଜୟକୃଷ୍ଣ ନନ୍ଦ ଦେବଗୋସ୍ୱାମୀଙ୍କ ମୃତ୍ୟୁ ଘଟିଛି । ପୁଅବୋହୂର ଅକାଳ ମୃତ୍ୟୁକୁ ସହି ନପାରି ବାପାଙ୍କର ହୃଦ୍‍ଘାତରେ ପ୍ରାଣବାୟୁ ଉଡ଼ି ଯାଇଛି । ତାଙ୍କ ମରଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା । ଏଭଳି ଏକ ହୃଦୟ ବିଦାରକ ଖବର ସମ୍ପ୍ରତି ନୀଳଗିରି ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories