www.samajalive.in
Thursday, December 11, 2025
18.1 C
Bhubaneswar

‘ଆମ କଥା ଆମ ବ୍ୟଥା’ ପୁସ୍ତକ ଲୋକାର୍ପିତ

ପିପିଲି: ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଲେଖକ ଓ ସ୍ତମ୍ଭକାର ଅର୍ଜୁନ ଘଡେଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ଆମ କଥା ଆମ ବ୍ୟଥା’ ରବିବାର ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଭକ୍ତ ସାଲବେଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦାଣ୍ଡମୁକୁନ୍ଦପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଶିଷ୍ଟ ସ୍ତମ୍ଭକାର ତଥା ଗାନ୍ଧିବାଦୀ ପ୍ରହଲ୍ଲାଦ କୁମାର ସିଂହ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଶିକ୍ଷାବିତ୍‌‌ ରମେଶ ଚନ୍ଦ୍ର ପଣ୍ଡା, କବି ତଥା ପ୍ରକାଶକ ଭିକାରୀ ଧଳ, ଦାଣ୍ଡମୁକୁନ୍ଦପୁର ସରପଞ୍ଚ ପରେଶ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ଲେଖକ ଶ୍ରୀ ଘଡେଇଙ୍କ ସମାଜ ସଂସ୍କାର ଧର୍ମୀ ଆଲେଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଭିନ୍ନ ଖବରକାଗଜରେ ପ୍ରକାଶିତ ଶ୍ରୀ ଘଡେଇଙ୍କ ଉଚ୍ଚ କୋଟିର ଆଲେଖ୍ୟ ସର୍ବଦା ସମାଜକୁ ଦିଗ୍‌‌ଦର୍ଶନ ଦେଇଥାଏ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ପିପିଲି ଅଞ୍ଚଳର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଭକ୍ତ ସାଲବେଗ ସାହିତ୍ୟ ସଂସଦର ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ନିଜର ଅନୁଭବ ଓ ଦୂରରୁ ଅନୁଶୀଳନ କରିଥିବା ଆବେଗପୂର୍ଣ୍ଣ ଘଟଣା ଓ ସାମାଜିକ ବ୍ୟବସ୍ଥାକୁ ବିଭିନ୍ନ ଲେଖା ମାଧ୍ୟମରେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ସଂପର୍କରେ ଶ୍ରୀ  ଘଡେଇ ପ୍ରକାଶ କରିବା ସହ ଏଥିପାଇଁ ସମସ୍ତ ପାଠକଙ୍କୁ ଧନ୍ୟବାଦ ଦେଇଥିଲେ। ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌‌ ରଘୁନାଥ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍‌‌ ପ୍ରସନ୍ନ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଲେଖକଙ୍କ ନାତୁଣୀ ଦିବ୍ୟାଶା ଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପିପିଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ ବିଭିନ୍ନ ଜିଲାରୁ ଆସିଥିବା ଶତାଧିକ କବି ମାନେ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଏହାକୁ ଡ଼ଃ ସରୋଜିନୀ ପଟ୍ଟନାୟକ ଓ ବିପିନ ବିହାରୀ ମହାନ୍ତି ସଂଯୋଜନା କରିଥିଲେ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories