www.samajalive.in
Friday, December 5, 2025
26.1 C
Bhubaneswar

ଏଭରେଷ୍ଟ ଉପରେ ଉଡ଼ିଲା ଡ୍ରୋନ୍‌: କଏଦ ହେଲା ବିରଳ ଦୃଶ୍ୟ, ଦେଖନ୍ତୁ ଭିଡିଓ..

ସମାଜ ଡିଜିଟାଲ ଡେସ୍କ: ଏଭରେଷ୍ଟ ପର୍ବତର ଉଚ୍ଚତା ସବୁବେଳେ ଲୋକଙ୍କୁ ଆକର୍ଷିତ କରିଥାଏ। ଗଗନଶ୍ଚୁମ୍ବି ଏହି ବରଫାବୃତ ପର୍ବତର ଶିଖର ଦେଖିବାକୁ ଓ ତା’ ବିଷୟରେ ଜାଣିବାକୁ ଅନେକ ଲୋକ ଏଭେରେଷ୍ଟ ଆରୋହଣ କରିଛନ୍ତି, କିନ୍ତୁ କିଛି ହାତଗଣତି ଲୋକ ଏଥିରେ ସଫଳ ହୋଇଛନ୍ତି। ତେବେ ଏଭେରେଷ୍ଟ ଶିଖରର ଦୃଶ୍ୟ ଦେଖିବାକୁ ସମସ୍ତେ ଆଗ୍ରହୀ, କିନ୍ତୁ ଏଠାରେ ପହଞ୍ଚିବା କିମ୍ବା ଦେଖିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଏବେ କିନ୍ତୁ ଆପଣ ଖୁବ୍‌ ସହଜରେ ଏହି ଦୃଶ୍ୟ ଦେଖିପାରିବେ। ଚୀନ୍‌ର ଏକ ଡ୍ରୋନ୍ ମାଉଣ୍ଟ ଏଭରେଷ୍ଟ ଶିଖରର କିଛି ଖାସ୍‌ ଭିଡିଓ ଉତ୍ତୋଳନ କରିଛି। ଏହି ଭିଡିଓଗୁଡ଼ିକ ଦେଖି ଆପଣ ମଧ୍ୟ ମାଉଣ୍ଟ ଏଭରେଷ୍ଟର ଉପର ପୃଷ୍ଠଟି କିପରି ଦେଖାଯାଏ ସେ ବିଷୟରେ ଏକ ଧାରଣା ପାଇପାରିବେ।


ଚୀନ୍‌ର ଏକ ଟ୍ୱିଟର ହ୍ୟାଣ୍ଡେଲ Yicai ମାଉଣ୍ଟ ଏଭରେଷ୍ଟର ଭିଡିଓ ଶେୟାର କରିଛି। ଏହି ଭିଡିଓରେ ମାଉଣ୍ଟ ଏଭରେଷ୍ଟର ପଥୁରିଆ ଅଂଶ ଦୃଶ୍ୟମାନ ହେଉଛି। ସମଗ୍ର ଏଭରେଷ୍ଟ ପୃଷ୍ଠରେ ଉଚ୍ଚା ନିଚ୍ଚା ପଥର ଚଟ୍ଟାଣ ଦେଖିବାକୁ ମିଳିଛି। ଏହାର ଧଳା ରଙ୍ଗ ଦେଖି ଅନୁମାନ କରାଯାଇପାରେ ଯେ ସମଗ୍ର ପୃଷ୍ଠ ବରଫାବୃତ ହୋଇ ରହିଛି। ଏହି ଭିଡିଓ ଶେୟାର କରି ଟ୍ୱିଟର ହ୍ୟାଣ୍ଡେଲ ଲେଖିଛି ଯେ, ଚୀନ୍‌ର ଡ୍ରୋନ ନିର୍ମାତା ଡିଜେଆଇ ଗ୍ଲୋବାଲ ଏହାର ଡ୍ରୋନ DJI Mavic 3 Proରୁ ଏହି ଚିତ୍ର ଉତ୍ତୋଳନ କରିଛି। ଏହି ଡ୍ରୋନ ବେସ୍‌ କ୍ୟାମ୍ପରୁ ୩୫୦୦ ମିଟର ଉଚ୍ଚରେ ଉଡ଼ି ଏଭରେଷ୍ଟର ଚିତ୍ର ଉତ୍ତୋଳନ କରିଛି।

- Advertisement -

ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଥିବାବେଳେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। କିଛି ଲୋକ କହିଛନ୍ତ, ଏହି ଭିଡିଓ ଦେଖିବା ପରେ ଆଉ ଏଭରେଷ୍ଟ ଆରୋହଣର ଆବଶ୍ୟକତା ନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories