www.samajalive.in
Saturday, December 6, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କଲେ ସରକାର

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଫଳରେ ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବ। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭଳି ପ୍ରଶାସନିକ କ୍ଷମତା ମିଳିବ। ଜାମ୍ମୁ-କାଶ୍ମୀରରେ ବି ଉପରାଜ୍ୟପାଳଙ୍କ ବିନା ଅନୁମତିରେ ସରକାର ଅଧିକାରୀ ଏବଂ କର୍ମଚାରୀମାନଙ୍କର ବଦଳି ଓ ନିଯୁକ୍ତି କରିପାରିବେ ନାହିଁ।

ମିଳିଥିବା ସୂଚନା ଅନୁସାରେ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ଲାଗି ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମରେ ସଂଶୋଧନ କରିଛନ୍ତି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଧାରା ୫୫ ଅଧୀନରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରୁଥିବା ନୂଆ ଧାରାଗୁଡ଼ିକୁ ସାମିଲ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ହେବା ପରଠାରୁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଯେବେଠାରୁ ନିର୍ବାଚନ ହେବ ସେବେଠାରୁ ସରକାର ଗଠନ ହେବ। ମାତ୍ର ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କ ନିକଟରେ ଅଧିକ କ୍ଷମତା ରହିବ। ଦିଲ୍ଲୀରେ ଉପରାଜ୍ୟପାଳଙ୍କ କ୍ଷମତା ଯେପରି ରହିଛି ସେଠାରେ ବି ସେମିତି କ୍ଷମତା ରହିବ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories