www.samajalive.in
Saturday, December 13, 2025
14.1 C
Bhubaneswar

ଋଣ ବୋଝରେ ଦମ୍ପତି: ବିଷ ପିଇ ସ୍ତ୍ରୀ ମୃତ; ସ୍ୱାମୀ ଗୁରୁତର

ନୀଳଗିରି: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଅଞ୍ଚଳବାସୀଙ୍କଠାରେ ଉଦବେଗ ଭରି ଦେଇଛି। ଋଣ ବୋଝ ସହି ନପାରି ଦମ୍ପତି ବିଷ ପିଇ ଦେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଗୁରୁତର ହୋଇଥିବା ସ୍ୱାମୀ ଡାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛନ୍ତି।

ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ସ୍ୱରୂପାନନ୍ଦ ଦେବଗୋସ୍ୱାମୀ(୪୫) ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀସଂଗୀତା(୪୦) ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲେ। ଏହି ଋଣ ଟଙ୍କାରେ ସେମାନେ ହଲର୍‍ ଏବଂ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ। ଏଥିରେ ଯାହା ଦି’ ପଇସା ମିଳୁଥିଲା, ସେଥିରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା।

- Advertisement -

ବ୍ୟବସାୟରେ ବାରମ୍ବାର କ୍ଷତି ଘଟିବାରୁ ଏମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇ ପଡ଼ିଥିଲେ । ସେପଟେ ଋଣ ଦେଇଥିବା ସଂସ୍ଥାର ବାରମ୍ବାର ତାଗିଦ ତଥା ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶେଷରେ ଏହି ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ବିଷ ପିଇଥିବା ସମ୍ପର୍କରେ ପରିବାର ଲୋକେ ଜାଣି ସେମାନଙ୍କୁ ପ୍ରଥମେ ନୀଳଗିରି, ବାଲେଶ୍ୱର ମେଡିକାଲ କଲେଜ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ସେଠାରୁ ପୁଣି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସୁଶ୍ରୀ ସଂଗୀତାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ସ୍ୱରୂପାନନ୍ଦ ସମ୍ପ୍ରତି ଭେଣ୍ଟିଲେଟର ଭିତରେ ମରଣ ସହ ସଂଗ୍ରାମ କରୁଛନ୍ତି। ଆଜି ପୁରୀ ସ୍ୱର୍ଗଃଦ୍ୱାରରେ ମୃତ ସ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories