www.samajalive.in
Saturday, December 13, 2025
14.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡ଼ି ପୋଡ଼ି, ପୁଲିସ ତଦନ୍ତ ଆରମ୍ଭ

କେଶଦୁରାପାଳ :  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଗାଡ଼ି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରିପଡ଼ା ଗ୍ରାମରେ  ଏକ ରାଜନୈତିକ ଦଳ କର୍ମୀମାନେ ଜଣେ ଯୁବକକୁ ସଂଘବଦ୍ଧ ହୋଇ ଆକ୍ରମଣ କରିବାକୁ ଆସିଥିଲେ । ଏହା ଜାଣିପାରି ବିରୋଧି ଦଳର କର୍ମୀ ପାଲଟା ଆକ୍ରମଣ କରିଥିଲେ। ଫଳରେ ସେମାନେ ଗାଡି ଛାଡି ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହାପରେ ସେହି  ଗାଡିକୁ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ରାମଚନ୍ଦ୍ରପୁର ଥାନା  ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଡ଼ା ଗାଡିକୁ ଜବତ କରିଛି। ଏହି ଘଟଣାରେ ଆହତ ରଞ୍ଜିବ ନାୟକଙ୍କୁ ସାଇକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିବା ଜଣାପଡିଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories