www.samajalive.in
Thursday, December 11, 2025
13.1 C
Bhubaneswar

ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଜସ୍ଥାନର ମୁସଲିମ୍‍ ମନ୍ତ୍ରୀ

ଜୟପୁର: ରାଜସ୍ଥାନର ଅଶୋକ ଗେହେଲୋଟ୍‍ ସରକାରରେ ଶପଥ ନେଇଥିବା ନୂଆ ମନ୍ତ୍ରୀ ସାଲେ ମହମ୍ମଦ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଜୈସାଲମେର ଜିଲାର ପୋଖରାନ୍‍ରେ ଥିବା ଶିବ ମନ୍ଦିରରେ ରବିବାର ଦିନ ପୂଜା ପାଇଁ ସାଲେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମନ୍ଦିରର ପୂଜକ ମଧୁ ଛାଙ୍ଗାନୀ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମଧ୍ୟ ସାଲେ ଉକ୍ତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନିର୍ବାଚନ ଜିତିବା ପରେ ମାନସିକ ପୂରଣ ପାଇଁ ସାଲେ ପୁଣି ଥରେ ମନ୍ଦିର ଆସିଥିଲେ। ଅଧଘଣ୍ଟା ଧରି ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ସେ ଶିବ ଲିଙ୍ଗ ଉପରେ ମହୁ ଓ କ୍ଷୀର ଢାଳିଥିଲେ। ପୂଜାର୍ଚ୍ଚନା ପରେ ସାଲେ ସାମ୍ବାଦିକଙ୍କୁ କହିଥିଲେ ଯେ ସାମ୍ପ୍ରଦାୟିକ ସଦ୍‍ଭାବନାରେ ପଶ୍ଚିମ ରାଜସ୍ଥାନ ଏକ ଉଦାହରଣ। ସେଠାରେ ବାବା ରାମଦେବଙ୍କୁ ଉଭୟ ହିନ୍ଦୁ ଓ ମୁସଲିମ୍‍ ପୂଜାର୍ଚ୍ଚନା କରୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories