www.samajalive.in
Tuesday, December 9, 2025
26.1 C
Bhubaneswar

ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ୩ଟି ପ୍ରଶ୍ନ

ନୂଆବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରିଥାଏ । ନୂଆବର୍ଷରେ କିଛି ଲୋକ ବିବାହ କରିବା ଭଳି ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟ ନେଇଥାଆନ୍ତି । ବିବାହକୁ ନେଇ ସମସ୍ତଙ୍କ ମନରେ କିଛି ସ୍ବପ୍ନ ରହିଥିାଏ । ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଖାଦ୍ୟଠାରୁ ନେଇ ସ୍ଥାନ ଏବଂ ସାଜସଜ୍ଜା ଉପରେ ବହୁତ ଗୁରୁତ୍ବ ଦେଇଥାଆନ୍ତି । ହେଲେ ଯେଉଁ ବ୍ୟକ୍ତିଟିକୁ ଆପଣ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି, ବିବାହ ପୂର୍ବରୁ ସେହି ବ୍ୟକ୍ତିକୁ କିଛି ପ୍ରଶ୍ନ କରନ୍ତୁ । ଫଳରେ ବିବାହ ପୂର୍ବରୁ ପରସ୍ପରକୁ ଜାଣିବା ଅଧିକ ସହଜ ହୋଇଯିବ ।

ଆର୍ଥିକ ସ୍ଥିତି: ବିବାହ ପୂର୍ବରୁ କିଛି ଲୋକ ନିଜ ସାଥୀ ପ୍ରଶ୍ନ କରିବାକୁ ଚାହାଁନ୍ତି ହେଲେ ପଚାରି ପାରନ୍ତି ନାହିଁ । କାରଣ ଟଙ୍କା ପଇସା ସମ୍ବନ୍ଧୀୟ ପ୍ରଶ୍ନ କରିବାକୁ କିଛି ଲୋକ ପଛଘୁଞ୍ଚା ଦିଅନ୍ତି । କିନ୍ତୁ ଏହି ପ୍ରଶ୍ନ କରିବା ନିହାତି ଆବଶ୍ୟକ । ବିବାହ ପୂର୍ବରୁ ସାଥୀଙ୍କ ଆର୍ଥିକ ସ୍ଥିତି ବିଷୟରେ ତଥ୍ୟ ରଖିବା ଜରୁରୀ ଅଟେ ।

- Advertisement -

ଫ୍ୟାମିଲ ପ୍ଲାନିଙ୍ଗ: ବିବାହ ପୂର୍ବରୁ ନିଜ ସାଥୀଙ୍କ ସହ ଫ୍ୟାମିଲ ପ୍ଲାନିଙ୍ଗ ବିଷୟରେ କଥା ହେବ ନିହାତି ଜରୁରୀ ଅଟେ । କାରଣ ଦୁଇ ଜଣଙ୍କ ଚିନ୍ତାଧାରା ଓ ଆବଶ୍ୟକତା ଭିନ୍ନ ହୋଇଥାଏ । ତେଣୁ ଏହି ବିଷୟରେ ବିବାହ ପୂର୍ବରୁ ନିର୍ଣ୍ଣୟ ନେବା ଠିକ୍ ହେବ ।

ସାଥୀଙ୍କ ଅଭ୍ୟାସ: ବିବାହ ପୂର୍ବରୁ ସାଥୀଙ୍କ ଅଭ୍ୟାସ ବିଷୟରେ ପଚାରି ବୁଝି ଦିଅନ୍ତୁ । ତାଙ୍କର କ’ଣ ପସନ୍ଦ ଓ ନାପସନ୍ଦ ବିଷୟରେ ମଧ୍ୟ ଆପଣ ଜାଣି ପାରି​ବେ । ଯାହା ଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories