ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ପ୍ରତି ମାସର ପ୍ରଥମ କାର୍ଯ୍ୟ ଦିବସରେ ବନ୍ଦେ ମାତରମ୍ ଗାନ କରାଯାଉଥିଲା। ଦୀର୍ଘ ବର୍ଷ ଧରି ପ୍ରଚଳିତ ଏହି ପରମ୍ପରା ଏବେ ହଟିବାକୁ ଯାଉଛି। ଗତ ୧୫ ବର୍ଷ ଧରି ମଧ୍ୟପ୍ରଦେଶ ଶାସନ କ୍ଷମତାରେ ଥିବା ବିଜେପି ସରକାର ଏହି ପରମ୍ପରାକୁ ବାଧ୍ୟତାମୂଳକ କରିଥିଲେ। ତେବେ ଗତ ବିଧାନସଭା ନିର୍ବାଚନରେ ଶାସନ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ଏହି ପରମ୍ପରାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।
କଂଗ୍ରେସର ଏହି ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ ବନ୍ଦେ ମାତରମ୍ କେବଳ ଏକ ଜାତୀୟ ସଂଗୀତ ନୁହେଁ, ଏହା ଦେଶଭକ୍ତିର ନିଦର୍ଶନ। କଂଗ୍ରେସ ସରକାର ବୋଧହୁଏ ଭୁଲି ଯାଇଛନ୍ତି ଯେ ସରକାର ଯିବେ ଓ ଆସିବେ। କିନ୍ତୁ ଦେଶଭକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସର ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହିତ ନିଷ୍ପତ୍ତିର ପୁନର୍ବିତାର କରିବାକୁ ସେ ଦାବି କରିଛନ୍ତି। ସେ ବ୍ୟକ୍ତିଗତ ଭାବେ ସଚିବାଳୟରେ ରବିବାର ଦିନ ବନ୍ଦେ ମାତରମ୍ ଗାନ କରିବେ ବୋଲି କହିଛନ୍ତି।
ଯେଉଁମାନେ ବନ୍ଦେ ମାତରମ୍ ଗାନ କରୁନାହାନ୍ତି ସେମାନେ କଣ ଦେଶପ୍ରେମୀ ନୁହନ୍ତି କି ବୋଲି ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କମଳନାଥ ପ୍ରଶ୍ନ କରିଛନ୍ତି।
ମଧ୍ୟପ୍ରଦେଶ ସଚିବାଳୟରୁ ‘ବନ୍ଦେ ମାତରମ୍’ ଗାନ ପରମ୍ପରା ହଟିବ
Popular Categories



