ଜୟପୁର: ରାଜସ୍ଥାନର ଅଶୋକ ଗେହେଲୋଟ୍ ସରକାରରେ ଶପଥ ନେଇଥିବା ନୂଆ ମନ୍ତ୍ରୀ ସାଲେ ମହମ୍ମଦ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଜୈସାଲମେର ଜିଲାର ପୋଖରାନ୍ରେ ଥିବା ଶିବ ମନ୍ଦିରରେ ରବିବାର ଦିନ ପୂଜା ପାଇଁ ସାଲେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମନ୍ଦିରର ପୂଜକ ମଧୁ ଛାଙ୍ଗାନୀ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମଧ୍ୟ ସାଲେ ଉକ୍ତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନିର୍ବାଚନ ଜିତିବା ପରେ ମାନସିକ ପୂରଣ ପାଇଁ ସାଲେ ପୁଣି ଥରେ ମନ୍ଦିର ଆସିଥିଲେ। ଅଧଘଣ୍ଟା ଧରି ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ସେ ଶିବ ଲିଙ୍ଗ ଉପରେ ମହୁ ଓ କ୍ଷୀର ଢାଳିଥିଲେ। ପୂଜାର୍ଚ୍ଚନା ପରେ ସାଲେ ସାମ୍ବାଦିକଙ୍କୁ କହିଥିଲେ ଯେ ସାମ୍ପ୍ରଦାୟିକ ସଦ୍ଭାବନାରେ ପଶ୍ଚିମ ରାଜସ୍ଥାନ ଏକ ଉଦାହରଣ। ସେଠାରେ ବାବା ରାମଦେବଙ୍କୁ ଉଭୟ ହିନ୍ଦୁ ଓ ମୁସଲିମ୍ ପୂଜାର୍ଚ୍ଚନା କରୁଛନ୍ତି।
Popular Categories



