ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲା: ମୁଖ୍ୟ ଅଭିଯୁକ୍ତ ରକି ଗିରଫ

ପାଟନା: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ସିବିଆଇ ଟିମ୍‌ ଯାହାକୁ ଖୋଜୁଥିଲା, ଶେଷରେ ସେ ଧରାପଡ଼ିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ ରକି ଗିରଫ ହୋଇଛି। ଝାଡ଼ଖଣ୍ଡରୁ ରକିକୁ ଗିରଫ କରିଛି ସିବିଆଇ। ଗୁରୁବାର ତାକୁ ପାଟନା ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ରକିକୁ ୧୦ ଦିନିଆ ସିବିଆଇ ରିମାଣ୍ଡକୁ ପଠାଇ ଦେଇଛନ୍ତି। ରକି ନେପାଳ ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାକୁ ଗିରଫ କରାଯାଇଥିବା କୁହାଯାଉଛି।

 

Comments are closed.