www.samajalive.in
Monday, December 8, 2025
20.1 C
Bhubaneswar

ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫ ବଜାରକୁ ଆଣିବା ପରେ ଏବେ ଟିଭିଏସ୍ ମଧ୍ୟ ଏହି ତାଲିକାରେ ସାମିଲ ହେବା ପାଇଁ ଲାଗିପଡିଛି । କମ୍ପାନୀ ଏବେ ସିଏନଜି ପ୍ରଯୁକ୍ତିବିଦ୍ୟା ସହିତ ଏହାର ମେକାନିଜମକୁ ମଧ୍ୟ ପ୍ରସ୍ତୁତ କରିସାରିଛି, ଯାହା ଫଳରେ ଭବିଷ୍ୟତରେ ଅନ୍ୟ ସିଏନଜି ଦୁଇଚକିଆନ ଯାନ ଲଞ୍ଚ୍ କରିବାରେ ସହଜ ହେବ । ଏହା ମଧ୍ୟରେ ଟିଭିଏସ୍ ମଧ୍ୟ ସିଏନଜି ସେଗମେଣ୍ଟରେ ଦୁଇଚକିଆନ ଗାଡି ଲଞ୍ଚ୍ କରିବା ପାଇଁ ଯୋଜନା କରିଛି । କମ୍ପାନୀ ବିଶ୍ବର ପ୍ରଥମ ଗ୍ରାଉଣ୍ଡ୍-ଅପ୍ ସିଏନଜି ସ୍କୁଟର ନିର୍ମାଣ ପାଇଁ ଯୋଜନା କରୁଛି । ଅର୍ଥାତ୍ ଟିଭିଏସ୍ ବିଶ୍ବର ପ୍ରଥମ ସିଏନଜି ସ୍କୁଟର ଆଣିପାରେ ।

ଟିଭିଏସ୍ ମୋଟର କମ୍ପାନୀ ଗତ ଅନେକ ବର୍ଷରେ ଭିନ୍ନ ଭିନ୍ନ ବିକଳ୍ପ ଫ୍ୟୁଲ ଟେକ୍ନୋଲୋଜିରେ କାମ କରୁଛି । କମ୍ପାନୀ ସିଏନଜି ପାଓ୍ବରଟ୍ରେନ୍ ବିକଳ୍ପକୁ ନିଜ ଜୁପିଟରରେ ଯୋଡିବାକୁ ଚାହୁଁଛି । କମ୍ପାନୀ ୧୨୫ ସିସି ସିଏନଜିର କୋଡମେନ୍ ୟୁ୭୪୦ ନାଁରେ କାମ ମଧ୍ୟ ଆରମ୍ଭ କରିଦେଇଛି । ଯଦି କମ୍ପାନୀ ଯୋଜନା ଅନୁସାରେ କାମ ଚାଲେ ତେବେ ୨୦୨୪ ଶେଷ କିମ୍ବା ୨୦୨୫ ପ୍ରଥମ ୬ ମାସ ମଧ୍ୟରେ ଗାଡି ବଜାରକୁ ଆସିପାରେ ।  କମ୍ପାନୀ ଏହି ନୂଆ ସିଏନଜି ସ୍କୁଟରର ପ୍ରାୟ ୧୦୦୦ ୟୁନିଟ୍ ବିକିବା ପାଇଁ ନଜର ରଖିଛି । ଦେଶର ପ୍ରଥମ ସିଏନଜି ବାଇକ ବଜାଜ ଫ୍ରିଡମ୍ ୧୨୫ରେ ୨ କେଜିର ସିଏନଜି ସିଲିଣ୍ଡର ଏବଂ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ ଦିଆଯାଇଛି । ଏହା ସିଏନଜିରେ ୧୦୦ କିଲୋମିଟର ପ୍ରତି କେଜି ଏବଂ ୬୫ କିଲୋମିଟର ପ୍ରତି ଲିଟର ପେଟ୍ରୋଲରେ ଯାତ୍ରା କରିପାରିବ । ଏହାର ଏକ୍ସ ଶୋରୁମ୍ ଦାମ୍ ୯୫ ହଜାର ଟଙ୍କା ରଖିଛି କମ୍ପାନୀ ।

ହଟିଲା ନାମ ଫଳକ, ଦିଲ୍ଲୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories