ମହାପ୍ରଭୁ ବଳଭଦ୍ର ପଡିବା ଘଟଣା, ଥାନାରେ ଏତଲା

ଭୁବନେଶ୍ବର :  ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଳଭଦ୍ର ପଡିଯିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ ଭି.ଭି. ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ବାର ଆସୋସିଏସନର ଆଇନଜୀବୀ ଏହି ଏତଲା ଦେଇଛନ୍ତି। ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦାବି ହୋଇଛି । ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା ଉଚିତ୍ । କିନ୍ତୁ ଏଥିରେ ଅବହେଳା କରାଯାଇଛି । ଏହି ଦାୟିତ୍ବହୀନତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଏତଲା ଦିଆଯାଇଛି ।

prayash

ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍

Comments are closed.