ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍

ବାଲେଶ୍ଵର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୁତାର । ଏଥିସହ ପୀଡ଼ିତାଙ୍କୁ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି।

ବାଲେଶ୍ଵର ଜିଲା କଷାଫଳ ମେରାଇନ ଥାନାରେ ୨୮/୯/୨୩ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦୋଷୀ ସେଖ୍ ମନତାଜ ନାମରେ ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ଘର ଆଗରେ ଖେଳୁଥିବା ସମୟରେ ସେଖ୍‌ ମନତାଜ ଚକୋଲେଟ୍ ପ୍ରଲୋଭନ ଦେଖାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ୧୬ ଜଣ ସାକ୍ଷୀ ଓ ୨୦ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ସୋମବାର ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।

Comments are closed.