ବୁଲନ୍ଦସହର: ବୁଲନ୍ଦସହରର ସ୍ୟାନା ହିଂସାକାଣ୍ଡରେ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ହିଂସାକାଣ୍ଡରେ ଇନସପକ୍ଟେରଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ନଟ ଗିରଫ ହେବା ପରେ ସୋମବାର ବିଳମ୍ବିତ ରାତିରେ ପୁଲିସ କଲୁଆକୁ ଗିରଫ କରିଛି । ଅଭିଯୁକ୍ତ କଲୁଆ ଇନସପେକ୍ଟରଙ୍କ ମୁଣ୍ଡରେ କୁରାଢୀ ମାରିଥିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ଡିସେମ୍ବର ୩ରେ ସ୍ୟାନ କୋତାବାଲୀ ଚିଙ୍ଗରାବଠୀ ଅଞ୍ଚଳରେ ଗୋଧ୍ୱଂସାବଶେଷ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଏଥିରେ ସୁବୋଧ କୁମାର ସିଂହଙ୍କ ସମେତ ଚିଙ୍ଗରାବଠୀର ଯୁବକ ସୁମିତଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଏପର୍ୟ୍ୟନ୍ତ ୨୯ଜଣଙ୍କୁ ଗିରଫ କରିଛି । ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ପୁଲିସ କଲୁଆକୁ ଗିରଫ କରିଥିଲା । ଏସଏସପି ପ୍ରଭାକର ଚୌଧୁରୀ କହିଛନ୍ତି କି, କଲୁଆକୁ ଗିରଫ କରାଯାଇଛି । ଗିରଫ ପରେ ପଚରାଉଚୁରା ଜାରି ରହିଛି ।



