ଆଠଗଡ : ଆଠଗଡ ବନଖଣ୍ଡ ରାଜନଗର ଗ୍ରାମରେ ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥିଲେ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୨ତାରିଖରେ ଆଠଗଡ ବନଖଣ୍ଡ ରାଜନଗର ଠାରେ ଏକ ହାତୀର ମୃତଦେହ ଠାବ କରାଯାଇଥିଲା। ମୃତ ହାତୀଟିର ବୟସ ୭ବର୍ଷ। ଅଭିଯୁକ୍ତମାନେ ହାତୀକୁ ମାରି ଦେଇଥିଲେ। ହାତୀଟିର ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।



