www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍କଳମଣିଙ୍କ ଶ୍ରାଦ୍ଧଦିବସ ପାଳିତ

ଚୌଦ୍ୱାର: ଚୌଦ୍ୱାର ପ୍ରେସକ୍ଲବ ପରିସରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧଦିବସ ଶନିବାର ପୂବାହ୍ନରେ ପାଳିତ ହୋଇଯାଇଛି। କ୍ଲବର ସଭାପତି ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ରମେଶ ଚନ୍ଦ୍ର ସାମଲ,ଖବରଦାତା ଆଶୁତୋଷ ଦାସ, ଗଂଗାଧର ସାହୁ, ସୌରେନ୍ଦ୍ର ପଣ୍ଡା, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ବିମଲ କୁମାର ବେଉରା, ବିଶ୍ୱଜିତ ଭଞ୍ଜ, ଅଶୋକ ଦାସ ପ୍ରମୁଖ ଯୋଗଦେଇ ଉତ୍କଳମଣୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ସେହିପରି ଚୌଦ୍ୱାର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ନୀରବ ପ୍ରର୍ଥନା ଓ କବିତାପାଠ କରାଯାଇଥିଲା। ପରେ ଦେଶ ତଥା ରାଜ୍ୟପ୍ରତି ଉତ୍କଳମଣିଙ୍କ ଅବଦାନ ଉପରେ ଆଲୋଚନାରେ ସୃତିସ୍ୱିତା ମହାନ୍ତି, ମଧୁସ୍ମିତା ମହାନ୍ତି, ରଶ୍ମିରେଖା ମହାନ୍ତି, ଭବାନୀ ଶଙ୍କର ମୁର୍ମୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପରିଚାଳକ ରାଜେଶ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories