www.samajalive.in
Monday, December 8, 2025
20.1 C
Bhubaneswar

ମହାବିଦ୍ୟାଳୟରେ ବନ ମହୋତ୍ସବ

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟରେ ୨ଦିନ ଧରି ଚାଲିଥିବା ବନମହୋତ୍ସବ ଶନିବାର ଉଦ୍‌‌ଯାପିତ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମି ରାଉତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ରୋଭର ରେଞ୍ଜର,ଏନ.ସି.ସି, ସ୍କାଉଟ ଆଣ୍ଡ ଗାଇଡ, ଏନ.ଏସ୍‌‌.ଏସ୍‌‌, ୟୁଥ୍‌‌ ରେଡକ୍ରସ ମିଳିତ ଆନୁକୁଲ୍ୟରେ କଲେଜ ପରିସରରେ ବ୍ୟାପକ ଚାରାରୋପଣ କରାଯିବା ସହିତ ଗଛ ଲଗାଇବା ପାଇଁ ଏକ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୁକ୍ରବାର ସ୍ଥାନୀୟ ସତ୍ୟ ସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସସ୍ମିତା ଭୁୟାଁ, କ୍ରୀଷ୍ନା କାବେରୀ ଦାସ, ମୋହିତ କର, ପ୍ରଭାକର ମିଶ୍ର, ଶରତ କୁମାର ମଲ୍ଲିକ, ବସନ୍ତ କୁମାର ବିଶ୍ୱାଳ, ସସ୍ମିତା କର, ଆରଣ୍ୟକ ରାଉତରାୟ, ଦୀପକ କୁମାର ବେହେରା, ମମତା ସାହୁ, ରଚିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories