www.samajalive.in
Sunday, December 14, 2025
19.1 C
Bhubaneswar

ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି କି ? ଏହି ନମ୍ବରକୁ କରନ୍ତୁ କଲ୍‌, ପୁରା ଟଙ୍କା ଫେରସ୍ତ କରିବେ ସରକାର

ସମାଜ ଡିଜିଟାଲ ଡେସ୍କ: ଅନଲାଇନ୍ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୫୫୨୬୦ ଦେୟ ମୁକ୍ତ ମୋବାଇଲ୍ ନମ୍ବର ଜାରି କରାଯାଇଥିଲା, ଯେଉଁଠାରେ କୌଣସି ଭାରତୀୟ ନାଗରିକ ବ୍ୟାଙ୍କ କିମ୍ବା ମୋବାଇଲ୍ ଠକେଇର ଅଭିଯୋଗ କରି ପାରୁଥିଲେ। ସରକାର ଏବେ ଏହି ନମ୍ବରକୁ ବଦଳାଇ ୧୯୩୦ କରି ଦେଇଛନ୍ତି। ଏହି ନମ୍ବରରେ ଅଭିଯୋଗ କରିବା ପରେ ପୁଲିସ ଏବଂ ଏଜେନ୍ସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା’ନ୍ତି। ଏଥିସହ ସୂଚନା ତୁରନ୍ତ ପ୍ରଭାବ ସହିତ ବ୍ୟାଙ୍କରେ ପହଞ୍ଚେ। ଏଭଳି କ୍ଷେତ୍ରରେ ଠକେଇ ରାଶି ପୁନରୁଦ୍ଧାର କରାଯାଇଥାଏ।

କେମିତି କରିବେ କଲ୍‌ :

- Advertisement -

– ଯଦି ଆପଣଙ୍କ ସହ ବ୍ୟାଙ୍କ ଠକେଇ ହୋଇଛି, ତେବେ ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୧୯୩୦କୁ କଲ୍ କରିବାକୁ ପଡ଼ିବ। ଧ୍ୟାନ ରଖିବେ ଯେ, ଅଭିଯୋଗ ସେତେବେଳେ ଗ୍ରହଣ କରାଯିବ ଯଦି ଆପଣ ବ୍ୟାଙ୍କ ସହିତ ଲିଙ୍କ୍‌ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ କଲ କରିବେ।

– ଏହାପରେ ଆପଣଙ୍କୁ ଆପଣଙ୍କ ନାଁ, ଆକାଉଣ୍ଟ ନମ୍ବର, କାର୍ଡ଼ ନମ୍ବର, ଓ୍ବାଲେଟ୍‌ ବିଷୟରେ ପଚରାଯିବ। ସର୍ତ୍ତ ରହିଛି ଯେ ଏହି ସମୟରେ ପିନ୍ ନମ୍ବର କହିବା ଉଚିତ୍ ନୁହେଁ।

– ଆପଣଙ୍କ ସମସ୍ତ ବିବରଣୀ ସଂପୃକ୍ତ ବ୍ୟାଙ୍କକୁ ପଠାଯିବ, ଯେଉଁଠାରେ ବ୍ୟାଙ୍କ ଠକେଇର ଘଟଣା ଘଟିଛି। ଏହାସହ ଆପଣଙ୍କ ଠକେଇ ଅଭିଯୋଗ ରିଜର୍ଭ ବ୍ୟାଙ୍କ ଏବଂ ପୁଲିସ ପର୍ଯ୍ୟନ୍ତ ଯିବ।

– ୟୁପିଆଇ ପେମେଣ୍ଟ ଆପ୍ ଏବଂ ସମସ୍ତ ଆର୍ଥିକ କାରବାର ସଂସ୍ଥା ଏହି ସେବା ସହ ସଂଯୁକ୍ତ।

କେମିତି କାମ କରେ ଏହି ସେବା:

ଯେକୌଣସି ବ୍ୟାଙ୍କିଙ୍ଗ୍ ନେଣଦେଣ ସଂପୂର୍ଣ୍ଣ ହେବାକୁ ସମୟ ଲାଗିଥାଏ। ଯେତେବେଳେ ଆପଣ ୟୁପିଆଇ ଦେୟ କିମ୍ବା ଅନ୍ୟ କୌଣସି ଅନଲାଇନ୍ ନେଣଦେଣ କରନ୍ତି, ସେତେବେଳେ ଆପଣଙ୍କ ଆକାଉଣ୍ଟରୁ ତୁରନ୍ତ ଟଙ୍କା କଟି ଯାଇଥାଏ, କିନ୍ତୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ନେଣଦେଣ ପାଇଁ ସମୟ ଲାଗିଥାଏ। ଏଭଳି ପରିସ୍ଥିତିରେ ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ଦାଖଲ କରନ୍ତି, ତେବେ ଆପଣଙ୍କ ଟଙ୍କା ନେଣଦେଣ ବନ୍ଦ କରି ଆପଣଙ୍କୁ ଟଙ୍କା ଫେରସ୍ତ କରାଯାଇପାରିବ।

ଉଲ୍ଲେଖଯୋଗ୍ୟ, ଆପଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହି ଅଭିଯୋଗ ଦାଖଲ କରିବାକୁ ପଡିବ। ଯଦି ଆପଣ ଏହା କରିବାରେ ବିଫଳ ହୋଇଛନ୍ତି, ତେବେ ଆପଣ ଏହାପରେ ମଧ୍ୟ ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ www.cybercrime.gov.inରେ ଅଭିଯୋଗ ଦାଖଲ କରିପାରିବେ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories