www.samajalive.in
Sunday, December 7, 2025
18.1 C
Bhubaneswar

ହାଥରସରେ ଏଯାଏଁ ୧୨୧ ମୃତ ; ଏଥିପାଇଁ ଘଟିଥିଲା ଅଘଟଣ, ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ..

ନୂଆଦିଲ୍ଲୀ : ହାଥରସରେ ସତସଙ୍ଗ୍ ରେ ଦଳାଚକଟାରେ ଏଯାଏଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକେ ଏଣେତେଣେ ଦୌଡି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ହେବା ପରେ ଘଟଣା ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ଯାଞ୍ଚ ସହ ଜଡିତ ଅଧିକାରୀଙ୍କ ଅନୁସାରେ ବାବାଙ୍କ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁ ଏଣେତେଣେ ହେବାରୁ ଭିଡ ଅନିୟନ୍ତ୍ରିତ ହୋଇଥିଲା। ଶ୍ରଦ୍ଧାଳୁମାନେ କୌଣସି ପ୍ରକାରେ ବାବାଙ୍କ ପାଦ ସ୍ପର୍ଶ କରିବାକୁ ଚାହୁଁ ଥିଲେ। ଫଳରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା।

ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..


ଅନୁସନ୍ଧାନରୁ ଜଣାପଡିଛି ଯେ ଆୟୋଜକମାନେ ପ୍ରଶାସନ ଦେଇଥିବା ସର୍ତ୍ତକୁ ପାଳନ କରି ନଥିଲେ। ଆୟୋଜକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ବର୍ତ୍ତମାନ ପ୍ରାଥମିକତା ଆହତମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତ ଚିକିତ୍ସା ଯୋଗାଇ ଦେବା ବୋଲି କହିଛନ୍ତି।

- Advertisement -

ସୂଚନା ଯୋଗ୍ୟ, ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ହାଥରସର ସିକନ୍ଦର ରାଓ ଥାନା ଅଧୀନରେ ଥିବା ଏକ ଗାଁରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବାରୁ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ। ସତସଙ୍ଗ (ପ୍ରାର୍ଥନା ସଭା) ସମୟରେ ଏହି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ବ ଦେବା ସହ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories