www.samajalive.in
Wednesday, December 10, 2025
14.1 C
Bhubaneswar

ପୁଲି ଯାଞ୍ଚବେଳେ ଧରାପଡ଼ିଲା ୧୭କଜେି ଗଞ୍ଜେଇ, ଅଭିଯୁକ୍ତ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲାର ଫିରିଙ୍ଗିଆ ଥାନା ଅଞ୍ଚଳଟି ଏବେ ଗଞ୍ଜେଇ ଚାଲାଣର ପେଣ୍ଠ ସ୍ଥଳୀ ପାଲଟି ଥିବା ବେଳେ ରୀତିମତ ଏହି ଅଂଚଳରୁ ବାହାର ରାଜ୍ୟ ଓ ଜିଲାମାନଙ୍କୁ ମାଫିଆମାନେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ଏହି ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ପୁଲିସ ମଧ୍ୟ୍ୟ ଅଣ୍ଟା ଭିଡିଛି ଓ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଅତର୍କିତ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏହି ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ବହୁ ଦାମୀ ଗାଡି ଗୁଡିକ ମଧ୍ୟ୍ୟ ଜବତ କରାଯାଉଛି ।

ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୁଲିସ ଏକ କାରରେ ଜଣେ ବ୍ୟକ୍ତି ଗଞ୍ଜେଇ ନେଉଥିବା ଅଭିଯୋଗରେ ଗିରଫ ହୋଇଛି। କାରରୁ ୧୭ କିଲୋ ଗଞ୍ଜେଇ ଜବତ ହୋଇଛି। କାରରେ ଥିବା ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

- Advertisement -

ପୁଲିସ ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏସଆଇ ଅଜୟ କୁମାର ସାହୁ ଓ ଦୀପକ କୁମାର ରାଉତଙ୍କ ନେତୃତ୍ବରେ ଏକ ଟିମ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଫିରିଙ୍ଗିଆ ଠାରୁ ବାଲିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ସନ୍ଦେହରେ ଗୋଡ଼ାଇ ଥିଲେ।  ଫିରିଙ୍ଗିଆ ଠାରୁ ବାଲିଗୁଡା ମୁଖ୍ୟରାସ୍ତାର ମାସରୀପଡା ଛକ ନିକଟରେ କାରର ଆଗପଟ ଚକ ଫାଟିଯାଇଥିଲା । ଫଳରେ କାରଟି ରାସ୍ତାରେ ରହିଯାଇଥିବା ବେଳେ ପୁଲିସ କର୍ମଚାରୀମାନେ ତାହା ଯାଞ୍ଚ କରିଥିଲେ। କାରକୁ ଯାଞ୍ଚ କଲାପରେ କାର ଭିତରୁ ଏକ ବସ୍ତାରେ ରଖାଯାଇଥିବା ୧୭ କିଲୋ ଗଞ୍ଜେଇକୁ ପୁଲିସ ଜବତ କରିଥିଲା।  ଗିରଫ ଅଭିଯୁକ୍ଜତଣକ କଟକ ଜିଲା କାନପୁର ଥାନା କାଞ୍ଜିପଦା ଗାଁର ପ୍ରକାଶ ପ୍ରଧାନ ବୋଲି ଜଣାପଡିଥିବା ବେଳେ କାରଟି ଫିରିଙ୍ଗିଆ ଥାନା ମାସରୀପଡା ଅଂଚଳର ବୋଲି ଜଣାପଡିଛି । ଏହି ଗଞ୍ଜେଇ ଚାଲାଣ ଘଟଣାରେ ୧୪୬/୨୦୨୪ ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା  ଥାନା ଅଧିକାରୀ ଗୋପୀନାଥ ପ୍ରଧାନସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories