www.samajalive.in
Wednesday, December 10, 2025
23.1 C
Bhubaneswar

ନାହୁଡ଼ିସରୁ ଜଙ୍ଗଲରେ ଦନ୍ତା, ଲୋକେ ଭୟଭୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ନାହୁଡ଼ିସରୁ ଗ୍ରାମ ନିକଟ ପାଡାବାଲି ପାହାଡ଼ରେ ବୁଲୁଛି ଏକ ଦନ୍ତା ହାତୀ । ଫଳରେ ଭୟଭୀତ ହୋଇରହିଛନ୍ତି ଗ୍ରାମବାସୀ ।  ଖବର ପାଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତିଶ ଧାରୁଆ ଓ ବାଲିଗୁଡା ଡିଏଫଓ ବିଶ୍ୱରାଜ୍ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଗତ ୧୫ବର୍ଷ ତଳେ ୨୦୦୯ ମସିହାରେ ନାହୁଡ଼ିସରୁ ଗାଁରେ ହାତୀ ଉପଦ୍ରବ କରି  ଗାଁର ଜଣେ ମହିଳାଙ୍କୁ ଘର ଭିତରେ ଦଳି ମାରି ଦେଇଥିଲା, ଯାହାକୁ ଗାଁ ଲୋକେ ଆଜି ଯାଏଁ ଭୁଲିପାରିନାହାଁନ୍ତି । ଯଥାଶୀଘ୍ର ହାତୀକୁ ଘଉଡ଼ାଇବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି  ଗ୍ରାମବାସୀ ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories