www.samajalive.in
Thursday, December 11, 2025
13.1 C
Bhubaneswar

ଘରେ ୨ଟି ଫ୍ୟାନ୍ ଓ ଗୋଟିଏ କୁଲର, ବିଲ୍ ଦେଖି ମୁଣ୍ଡରେ ହାତ ଦେଲେ ଘର ମାଲିକ

ନୂଆଦିଲ୍ଲୀ : ବର୍ଷା ଯୋଗୁଁ ଅନେକ ସ୍ଥାନରେ ବିଜୁଳି କାଟ ଘଟଣା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଉତ୍ତର ପ୍ରଦେଶର କାନପୁରରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏକ ଚାଳଘରେ ରହୁଥିବା ଯୁବକଙ୍କ ବିଜୁଳି ବିଲ୍ ବହୁତ ଅଧିକ ଆସିଛି ଯାହା ଏବେ ଘରମାଲିକଙ୍କୁ ଚିନ୍ତାରେ ପକାଇଛି ।

କାନପୁରରେ ରହୁଥିବା ଚନ୍ଦ୍ରଶେଖରଙ୍କ ୪-୫ ମାସର ବିଜୁଳି ବିଲ୍ ଅଟକି ରହିଥିଲା । ସେ ବିଜୁଳି ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ । ସେଠାରେ ସେ ବିଜୁଳି ବିଲ୍ ଦେଖିବା ପରେ ଚକିତ ହୋଇଗଲେ । ତାଙ୍କ ବିଜୁଳି ବିଲ୍ ୨୩ ଲକ୍ଷ ୯୪ ହଜାର ୫୧୨ ଟଙ୍କା ଆସିଥିଲା । ସେ ଆଶ୍ଚର୍ଯ୍ୟ ହୋଇ ଜଣାଇଛନ୍ତି କି ତାଙ୍କ ଘରେ ମାତ୍ର ଗୋଟିଏ କୁଲର, ଗୋଟିଏ ଫ୍ରିଜ୍ ଏବଂ ୨ଟି ଫ୍ୟାନ୍ ଲାଗିଛି । କିନ୍ତୁ ଏତେ ଟଙ୍କା ବିଲ୍ ଆସିଲା କେମିତି ? ତେବେ ଏହି ମାମଲାରେ ବିଜୁଳି ବିଭାଗ ଅଧିକାରୀଙ୍କ କହିବାନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହୋଇଛି । ସର୍ଭରରେ ହୋଇଥିବା ପରିବର୍ତ୍ତନ ଯୋଗୁଁ କିଛି ମିଟରରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଉଛି । ଏଥିପାଇଁ ସଠିକ୍ ତଥ୍ୟ ନେଇହେଉନି । ବିଭାଗ ଆଶ୍ବାସନା ଦେଇଛି କି ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ।

ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories