www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ସମାଜ ଡିଜିଟାଲ ଡେସ୍କ: ଭାରତରେ ସୋମବାରଠାରୁ ନୂଆ ଫୌଜଦାରୀ ଆଇନ ଲାଗୁ ହେବା ପରେ ରୁଜୁ ହୋଇଛି ପ୍ରଥମ ମାମଲା। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୭୩ ଅଧୀନରେ ପ୍ରଥମ ଏତଲା ରୁଜୁ ହୋଇଛି। ଉକ୍ତ ଏତଲାକୁ ଭିତ୍ତିକରି ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୨୮୫ରେ ଜଣେ ବ୍ୟବସାୟୀଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରାଯାଇଛି। ବ୍ୟବସାୟୀ ଜଣକ ନୂଆଦିଲ୍ଲୀ ରେଳ ଷ୍ଟେଶନର ଏକ ଫୁଟ ଓଭରବ୍ରିଜ ରାସ୍ତା ଅବରୋଧ କରି ଜିନିଷପତ୍ର ବିକ୍ରି କରୁଥିଲେ।

ଏତଲାରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ଜଣକ ଫୁଟ ଓଭରବ୍ରିଜ ଉପରେ ଏକ ଠେଲାଗାଡ଼ିରେ ତମାଖୁ ଉତ୍ପାଦ ଏବଂ ପାଣି ବୋତଲ ବିକ୍ରି କରୁଥିଲେ। ଯେଉଁଥିପାଇଁ ସେହି ବାଟ ଦେଇ ଯାତାୟାତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଷ୍ଟେସନରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ତାଙ୍କୁ ଅନ୍ୟତ୍ର ଯାଇ ବ୍ୟବସାୟ କରିବାକୁ ନିର୍ଦେଶ ଦେଇଥିଲେ ହେଁ ସେ ଶୁଣି ନ ଥିଲେ।

- Advertisement -

ସୂଚନାଯୋଗ୍ୟ, ଜୁଲାଇ ୧ରୁ ନୂଆ ଆଇନ ଲାଗୁ ହେବା ପରେ ସମସ୍ତ ଏତଲା ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଅଧୀନରେ ରୁଜୁ ହେବ। ଏହା ପୂର୍ବରୁ ରୁଜୁ ହୋଇଥିବା ମାମଲା ଆଇପିସି, ସିଆରପିସି ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଅଧୀନରେ ଚାଲୁ ରହିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories