www.samajalive.in
Saturday, December 13, 2025
21.1 C
Bhubaneswar

ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ

ସମାଜ ଡିଜିଟାଲ ଡେସ୍କ: ସପ୍ତଶଯ୍ୟା ପାହାଡ଼କୁ ବୁଲିବାକୁ ଯାଇଥିବା ୫ ଛାତ୍ର ନିଖୋଜ ହୋଇଯାଇଛନ୍ତି। ରବିବାର ଦିନ ସମୟରେ ଛାତ୍ରମାନେ ପାହାଡ଼କୁ ବୁଲିବାକୁ ଯାଇଥିଲେ। ହେଲେ ଫେରିବା ବାଟ ପାଇ ନ ଥିଲେ। ବାଟ ଭୁଲି ଏଣେତେଣେ ବୁଲି ଶେଷରେ ନିରାଶ ହୋଇଥିଲେ। ପାହାଡ଼ିଆ ଅଞ୍ଚଳରେ ନେଟଓ୍ବର୍କ ଆସୁ ନ ଥିବାରୁ ଛାତ୍ରମାନେ ପ୍ରଥମେ ଏ ନେଇ କାହା ସହିତ ଯୋଗାଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ ନେଟଓ୍ବର୍କ ଆସିବାରୁ ଛାତ୍ରମାନେ ଏ ସମ୍ପର୍କରେ ପ୍ରଥମେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ରାତିରେ ଜଙ୍ଗଲରେ ଛାତ୍ରମାନଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛନ୍ତି। ଛାତ୍ରମାନେ ଲାଇଭ ଲୋକେଶନ ଶେୟାର କରିଥିବା କୁହାଯାଉଛି। ରାତି ହୋଇଥିବାରୁ ଛାତ୍ରମାନଙ୍କୁ ଠାବ କରିବାରେ ସମସ୍ୟା ହେଉଥିବା ସୂଚନା ମିଳିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories