www.samajalive.in
Saturday, December 13, 2025
26.1 C
Bhubaneswar

ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ, ସ୍ଵଦେଶୀ ଗୋଳାବାରୁଦର ସଫଳ ପରୀକ୍ଷଣ କଲା ନୌସେନା

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଯୋଜନା ଆଉ ପାଦେ ଆଗକୁ ବଢ଼ିଛି। ପ୍ରତିରକ୍ଷା ବିଭାଗରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଗୋଳାବାରୁଦ। ଭାରତୀୟ ନୌସେନା ପକ୍ଷରୁ ଏହି ଗୋଳାବାରୁଦକୁ ରବିବାର ସଫଳତାର ସହିତ ପରୀକ୍ଷଣ କରାଯାଇଛି। ଏହାର ନାମ ରହିଛି ‘ସେବେକ୍ସ ୨’ । ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜ (ସୌର ଶିଳ୍ପ) ଇକୋନୋମିକ ଏକ୍ସପ୍ଲୋସିଭ ଲିମିଟେଡ(ଇଇଏଲ) ପକ୍ଷରୁ ଏହି ଗୋଳାବାରୁଦ ନିର୍ମିତ ହୋଇଛି। ଏହାଦ୍ଵାରା ନୌସେନାର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନୂଆ ଗୋଳାବାରୁଦ ‘ସେବେକ୍ସ ୨’ ବର୍ତ୍ତମାନ ବ୍ୟବହୃତ କଠିନ ଗୋଳାବାରୁଦ(ସଲିଡ ଏକ୍ସପ୍ଲୋସିଭ) ତୁଳନାରେ ଅଧିକ ଶକ୍ତିଶାଳୀ। ଏହା ଅଧିକ ମାରାତ୍ମକ ଏବଂ ବିଧ୍ବଂସକାରୀ ବୋଲି ଇଇଏଲ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories