www.samajalive.in
Saturday, December 13, 2025
26.1 C
Bhubaneswar

ନିଟ୍ ପ୍ରଶ୍ନ ପତ୍ର ପ୍ରଘଟ ମାମଲା, ଚଢ଼ାଉ ଜାରି ରଖିଛି ସିବିଆଇ

ଡେସ୍କ: ନିଟ୍ ପ୍ରଶ୍ନ ପତ୍ର ପ୍ରଘଟ ମାମଲାରେ ସିବିଆଇ ଟିମ୍ ପକ୍ଷରୁ ଲଗାତାର ଚଢ଼ାଉ ଜାରି ରହିଛି। ଏହି ମାମଲାର ତଦନ୍ତ ପାଇଁ ଶନିବାର ସିବିଆଇ ଟିମ୍ ଗୁଜରାଟର ବିଭିନ୍ନ ସ୍ଥାନରେ ଚଢ଼ାଉ ପାଇଁ ପହଞ୍ଚିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ଗୋଧ୍ରା, ଖେଡା, ଅହମ୍ମଦାବାଦ ଓ ଆନନ୍ଦରେ ମୋଟ ୭ଟି ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ାଉ କରିଥିଲେ। ପେପର ଲିକ୍ ମାମଲାର ତଦନ୍ତ ବେଳେ କିଛି ଇଲେକ୍ଟ୍ରୋନିକ୍ ପ୍ରମାଣ ମିଳିଥିବା କୁହାଯାଉଛି। ଏଥିସହ ଗୁଜରାଟରେ ସନ୍ଦିଗ୍ଧଙ୍କ ଉପସ୍ଥିତି ନେଇ ମଧ୍ୟ ସୂଚନା ମିଳିଛି।

ଏହି ମାମଲାରେ ସିବିଆଇ ଝାଡ଼ଖଣ୍ଡର ହଜାରୀବାଗର ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ଲିକରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସିବିଆଇ ଅଧିକାରୀମାନେ ପ୍ରମାଣ ପାଇଛନ୍ତି। ବାସ୍ତବରେ ବିହାରର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ସମୟରେ ଓଏସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରିଥିଲା। ଏହା ପରେ ସିବିଆଇ ଟିମ୍ ପ୍ରିନ୍ସିପାଲ ଏହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମ୍ତିଆଜଙ୍କୁ ଗିରଫ କରିଥିଲା। ପଚରାଉଚରା ଓ କଲ୍ ଡିଟେଲ୍ସ ଆଧାରରେ ସାମ୍ବାଦିକ ଜମାଲୁଦ୍ଦିନ ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଜଣାପଡ଼ିଥିଲା। ସୂଚନା ଅନୁଯାୟୀ, ପେପର ଲିକ୍ ମାମଲାରେ ସେ ଉଭୟଙ୍କୁ ସହଯୋଗ କରୁଥିଲେ। ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଗୁଜରାଟ ସହ ନିଟ୍ ମାମଲାର ଲିଙ୍କ୍ ରହିଛି। ଅନେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ଇଓୟୁ ଟିମର ରିପୋର୍ଟ ପରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories