www.samajalive.in
Saturday, December 13, 2025
18.1 C
Bhubaneswar

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଆଣିବାକୁ ପରାମର୍ଶ

ଭୁବନେଶ୍ୱର: ଯୁବ ଜ୍ୟୋତିର୍ବିଜ୍ଞାନୀ ମେଧା ଅନ୍ବେଷଣ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ସେମାନଙ୍କର ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନ ନିମନ୍ତେ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଅହମଦାବାଦ ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରାଜ୍ୟର ତଥା ଦେଶର ସୁନାମ ଅର୍ଜନ କରିବା ପାଇଁ ସେ ଆହ୍ୱାନ କରିଥିଲେ। ଚୟନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନରେ ନେବାର ଆୟୋଜନ ପାଇଁ ମନ୍ତ୍ରୀ ଟାଟା ଷ୍ଟିଲର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।

- Advertisement -

ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଉପସ୍ଥିତ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥ#ଲୋ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷା ଲାଭ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଆଣି ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ପ୍ରସନ୍ନ କୁମାର ପାତ୍ର, ଉପ ଶାସନ ସଚିବ ଉର୍ମିପ୍ରଭା ମହାରଣା, ଅନୁଶାସନ ସଚିବ ପଦ୍ମଲୋଚନ ଦାସ ଏବଂ ଟାଟା ଷ୍ଟିଲର ମୁଖ୍ୟ ଆବାସିକ ଅଧିକାରୀ ଦେବାଶିଷ ଜେନା ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ସମସ୍ତ ଅଧ#କାରୀ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଟାଟା ଷ୍ଟିଲର ମିଳିତ ସହଯୋଗରେ ୨୦୦୭ ମସିହାରୁ ପ୍ରତି ବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ ସ୍ତରରେ ପ୍ରତିଯୋଗିତା ମାଧ୍ୟମରେ ଜ୍ୟୋତିର୍ବିଜ୍ଞାନରେ ଆଗ୍ରହ ଥ#ବା ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ବଛାଯାଇ ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଥାଏା ଏହି ପିଲାମାନଙ୍କୁ ଗାଇଡ୍ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନ ନିମନ୍ତେ ନିଆଯାଇଥାଏା

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories