www.samajalive.in
Saturday, December 13, 2025
26.1 C
Bhubaneswar

ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ବର :ଓଡ଼ିଶାର ନାରୀ ନିର୍ଯ୍ୟାତନା ଏବଂ ନାରୀ ସୁରକ୍ଷା ପ୍ରତି ବିଜେଡ଼ି ସରକାରର ତିଳେ ହେଲେ ଚିନ୍ତା ନାହିଁ। ଯାହାଫଳରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ି ଚାଲିଥିବାବେଳେ ନାବାଳିକା ବଳାତ୍କାର, ନାବାଳିକା ଚାଲାଣ ରାଜ୍ୟରେ ବୃଦ୍ଧି ପାଇଛି। ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାରଙ୍କ ବିଫଳତାକୁ ନେଇ ମହିଳା କଂଗ୍ରେସ ଆସନ୍ତା ଜାନୁଆରୀ ୩ରେ ନବୀନ ନିବାସ ଘେରିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି।
ଶ୍ରୀମତୀ ଜେନା କହିଛନ୍ତି ଯେ ନବୀନ ସରକାରରରେ ଥିବା ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ପ୍ରଦୀପ ମହାରଥୀ ବେବିନା ଗଣବଳାତ୍କାର ଓ ହତ୍ୟା ମାମଲାରେ ଯେଉଁପରି ଢ଼ଙ୍ଗରେ ମନ୍ତବ୍ୟ ଦେଇଛନ୍ତି ତାହା ସମଗ୍ର ମହିଳା ଜାତିପ୍ରତି ଅସମ୍ମାନ। ଗତ ୨୫ତାରିଖରେ ଶ୍ରୀ ମହାରଥୀ ଯେଉଁଭଳି ଭାବେ ବିବୃତି ଦେଲେ‘ଖୀର ଖୀର, ପାଣି ପାଣି, ସତ କେବେ ଲୁଚି ରହିବନି, ସତର ପରିପ୍ରକାଶ ହେଉଛି, ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ମିଳିଛି।’ ଏହା ସମଗ୍ର ଓଡ଼ିଶାବାସୀଙ୍କୁ ଚକିତ କରିଛି ଏବଂ ତାଙ୍କର ସମ୍ପୃକ୍ତିକୁ ସ୍ପଷ୍ଟ କରୁଅଛି ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ତାଙ୍କର ମହିଳାମାନଙ୍କ ପ୍ରତି ଅସମ୍ମାନର ପରିପ୍ରକାଶ। ଯାତ୍ରାପାର୍ଟିର ଖଳନାୟକମାନେ ଯେପରି ବୟାନବାଜି କରନ୍ତି ସେହିପରି ଢ଼ଙ୍ଗରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ମହାରଥୀ ମହିଳା ଜାତି ପ୍ରତି ଆକ୍ଷେପ କରିଛନ୍ତି। ମହିଳା ସଶକ୍ତିକରଣ, ମା’କୁ ସମ୍ମାନ, ମିଶନଶକ୍ତି, ୩୩ପ୍ରତିଶତ ମହିଳା ସଂରକ୍ଷଣ ଆଦି ଆହ୍ୱାନ ଦେଉଥିବା ନବୀନ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଅଶୋଭନୀୟ। ତେବେ ଅଭିଯୁକ୍ତଙ୍କ ସହିତ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ପ୍ରଚ୍ଛନ୍ନ ହାତ ରହିଥିବାରୁ ସେ ଏଭଳି କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏସବୁ ଶୁଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଯଦି ଆସନ୍ତା ୩ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନକରନ୍ତି ତେବେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ। ଏହାସହିତ ଶ୍ରୀ ମହାରଥୀଙ୍କ ପ୍ରତ୍ୟେକ କାର୍ଯ୍ୟ ଓ ଗସ୍ତକୁ ଦଳ ପକ୍ଷରୁ ବିରୋଧ କରାଯିବ ଏବଂ ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରତି ପଞ୍ଚାୟତରେ ଶ୍ରୀ ମହାରଥୀଙ୍କ ବିରୋଧରେ କାର୍ଯ୍ୟକ୍ରମ କରି ତାଙ୍କ ମୁଖା ଖୋଲିଦିଆଯିବ ବୋଲି ଶ୍ରୀମତୀ ଜେନା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories