www.samajalive.in
Thursday, December 11, 2025
16.1 C
Bhubaneswar

ବୁମ୍‌ରାଙ୍କ ମୁକାବିଲା କରିବାକୁ ଚାହିଁବି ନାହିଁ: କୋହଲି

ମେଲବୋର୍ଣ୍ଣ : ବର୍ତ୍ତମାନ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରାଙ୍କ ମୁକାବିଲା କରିବାକୁ ଚାହାନ୍ତିନାହିଁ। ସାରାବିଶ୍ବର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଛାନିଆଁ କରିବା ଭଳି ଏହି ବାର୍ତ୍ତା। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ​‌େ​‌ର ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଅପରାଜେୟ ୨-୧ରେ ଆଗୁଆହେବା ପରେ ବିଶ୍ବର ସର୍ବଶ୍ରେଷ୍ଠ ବୋଲର ବୁମ୍‌ରାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି କୋହଲି। କେବଳ ଟେଷ୍ଟ କ୍ରିକେଟ ନୁହେଁ; ସମସ୍ତ ଫର୍ମାଟରେ ବୁମ୍‌ରା ତାଙ୍କ ଦକ୍ଷତା ପ୍ରମାଣିତ କରି ପାରିଛନ୍ତି ବୋଲି କୋହଲି କହିଛନ୍ତି।
୨୦୧୭ରେ ଯଶପ୍ରୀତ ବୁମ୍‌ରା ଗୋଟିଏ ମଧ୍ୟ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିନଥିଲେ। ​‌ତେବେ ସୀମିତ ଓଭର କ୍ରିକେଟ ଓ ଆଇପିଏଲ୍‌ର ପ୍ରଦର୍ଶନ ବଳରେ ବୁମ୍‌ରାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ୨୦୧୮ରେ ମାତ୍ର ୯ଟି ଟେଷ୍ଟ ଖେଳି ୪୮ଟି ୱିକେଟ ନେଇ ଏହି ବର୍ଷ ଦଳର ମୁଖ୍ୟ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇଛନ୍ତି। ଆଉ ୨ଟି ୱିକେଟ ନେଲେ ଟେଷ୍ଟ କ୍ରିକେଟରେ ୫୦ ୱିକେଟ ପୂରଣ କରିବାରେ ଦ୍ରୁତତମ ଭାରତୀୟ ବୋଲର ହେବେ। ଭାରତକୁ କିଛି ସ୍ମରଣୀୟ ବିଜୟଦେବାରେ ବିନ୍ଧାଣୀ ସାଜିଥିବା ବୁମ୍‌ରାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତକରି ଅଧିନାୟକ କୋହଲି ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। କୋହଲି କହିଛନ୍ତି, ଧଳା ବଲ୍ କ୍ରିକେଟ୍‌ରେ ବୁମ୍‌ରା ଚମତ୍କାର ଫିଟ୍‌ନେସ ଦେଖାଇଥିଲେ। ସେ ନୂଆବଲ୍‌ରେ ରନ୍ ନଦେଇ ୱିକେଟ ନେଉଥିଲେ। ଶେଷଆଡ଼କୁ ମଧ୍ୟ ସେ ଗୋଟିଏ ବି ଖରାପ ବଲ୍ ପକାଉନଥିଲେ। ତାଙ୍କ ଅଭ୍ୟାସ ଦେଖି ମନେ ହେଉଥିଲା ଯେପରି ବୁମ୍‌ରା ଟେଷ୍ଟ କ୍ରିକେଟ ଲାଗି ପ୍ରସ୍ତୁତ ହେଉଛନ୍ତି। ସେ କଠିନ ପରିଶ୍ରମ କରୁଥିଲେ। ତେଣୁ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଚକିତ କରିବା ଲାଗି ତାଙ୍କୁ ଟେଷ୍ଟ ଖେଳାଇବାର ନିଷ୍ପତ୍ତି ନେଇଥିଲୁ। କାରଣ ଆମେ ଜାଣିଥିଲୁ; ଯଦି ବୁମ୍‌ରା ସଠିକ୍ ଲାଇନ୍ ଲେଙ୍ଗ୍‌ଥରେ ବୋଲିଂ କରିପାରନ୍ତି; ସେ ମାରାତ୍ମକ ହେବେ। କୋହଲି ଆହୁରି କହିଛନ୍ତି ଯେ ରଣଜୀ ଟ୍ରଫିରେ ତାଙ୍କୁ ସୁହାଇବା ପରି ପିଚ୍ ନ ମିଳିବା ସତ୍ତ୍ବେ ଏଥରେ ଭଲ ପ୍ରଦର୍ଶନ କରିବା ଲାଗି ବୁମ୍‌ରାଙ୍କ ପ୍ରୟାସ ଯୋଗୁଁ ଆଜି ସେ ଏତେ ବାଟ ଆସି ପାରିଛନ୍ତି। ପୁଣି ମାନସିକ ଭାବେ ବୁମ୍‌ରା ବହୁତ ଦୃଢ଼। ଏହା ତାଙ୍କୁ ଆଜି ବିଶ୍ବର ସର୍ବଶ୍ରେଷ୍ଠ ପେସ୍ ବୋଲରର ମାନ୍ୟତା ଦେଇପାରିଛି। ସୂଚନାଯୋଗ୍ୟ; ଅଷ୍ଟ୍ରେଲିଅା ବିପକ୍ଷରେ ଚଳିତ ଟେଷ୍ଟ ସିରିଜ୍‌ରେ ବୁମ୍‌ରା ୩ଟି ଟେଷ୍ଟରୁ ୨୦ଟି ୱିକେଟ ନେଇ ସାରିଲେଣି। ୩ୟ ଟେଷ୍ଟରେ ୬+୩; ଏହିପରି ମୋଟ ୯ଟି ୱିକେଟ ନେଇ ବୁମ୍‌ରା ଦଳକୁ ଜିତିବା ସହ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories