www.samajalive.in
Saturday, December 13, 2025
21.1 C
Bhubaneswar

ବିକାଶ ନ ହେଲେ ନିର୍ବାଚନ ବର୍ଜନ

ନୂଆପଡ଼ା : ସୁନାବେଡା ଅଭୟାରଣ୍ୟର ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀ ନିଜ ହକ ପାଇଁ ପୁଣି ଏକତ୍ର ହୋଇଛନ୍ତି। ୬ଟି ଗ୍ରାମପଞ୍ଚାୟତର ଜନସାଧାରଣ ଏକାଠି ହୋଇ ନିଜ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ସମସ୍ୟା ସମାଧାନ ନହେଲେ ନିର୍ବାଚନ ବର୍ଜନ ସହିତ ବନ କର୍ମଚାରୀଙ୍କୁ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରାଇ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସରଳ, ନିରୀହ ବନବାସୀଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେବି ବନବାସୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ସାତସପନ ହୋଇରହିଛି। ଏହି ସମସ୍ୟା ନେଇ ସୁନାବେଡ଼ାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ସମସ୍ୟା ସଂପର୍କରେ ଜଣାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ମାସକ ପରେ ମଧ୍ୟ ସୁନାବେଡ଼ା ଅଭୟାରଣ୍ୟବାସୀଙ୍କ ବିକାଶ ଉପରେ କୌଣସି ପଦକ୍ଷେପ ନିଆଯାଇପାରିନି।
ସେଥିପାଇଁ ଆଜି ପୁଣିଥରେ ସୁନାବେଡ଼ା ଅଭୟାରଣ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ। ଏହି ବୈଠକରେ ଅଭୟାରଣ୍ୟବାସୀ କହିଛନ୍ତି ଯେ ବିଭିନ୍ନ ସମସ୍ୟାକୁ ନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତି କରାଯାଇଛି। କିନ୍ତୁ ଅଭୟାରଣ୍ୟବାସୀଙ୍କ ସମସ୍ୟା ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି। ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଅଭୟାରଣ୍ୟବାସୀ ଭୋର୍ଟ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଦାବି ପୂରଣ ନହେବା ଯାଏ ବନ ବିଭାଗକୁ ଅଭୟାରଣ୍ୟ ମଧ୍ୟରେ ପୁରାଇ ନଦେବାକୁ କଡା ନିଷ୍ପତ୍ତି ନେଇଛନ୍ତି।
ପ୍ରକାଶ ଯେ ଅଭୟାରଣ୍ୟବାସୀଙ୍କୁ ବିଦ୍ୟୁତ ଆଲୁଅ ଯୋଗାଇ ଦେବାକୁ ସରକାର ବିଦ୍ୟୁତ କରଣ ଯୋଜନାରେ କାମ ଆରମ୍ଭ କରିଥିଲେ। ସରକାର ଓ ଜିଲା ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ୩ ବର୍ଷ ବିତି ଯାଇଥିଲେ ବି କାମ ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ। ଫଳରେ ଏମାନଙ୍କ ପାଇଁ ବିଦ୍ୟୁତ ଆଲୁଅ ଦିବା ସ୍ୱପ୍ନ ସଦୃଶ୍ୟ ରହିଯାଇଛି। ବନବାସୀଙ୍କ ଯାତାୟତରେ ସୁବିଧା ଯୋଗାଇ ଦେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଥିଲା। ହେଲେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପଡୋଶୀ ରାଜ୍ୟ ଛତିଶଗଡରେ ପହରିଆ ସଂମ୍ପ୍ରଦାୟ ଲୋକଙ୍କୁ ବହୁ ପୂର୍ବରୁ ଆଦିବାସୀ ମାନ୍ୟତା ମିଳି ସାରିଥିବା ବେଳେ ଏବେ ସୁଦ୍ଧା ଓଡିଶା ସରକାର ସେମାନଙ୍କୁ ପଛୁଆ ବର୍ଗରେ ରଖିଛନ୍ତି। ପହରିଆ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଆଦିବାସୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ବନବାସୀମାନେ ଜଙ୍ଗଲ ଜମି ପଟ୍ଟା ପାଇଥିଲେ ବି ସେଥିରେ ଚାଷୀଙ୍କୁ ଚାଷୀ ବୀମାରେ ସାମିଲ କରାଯାଉ ନାହିଁ। ଏଥିରେ ପାଠ ପଢିବା କିମ୍ବା ଚାକିରି ପାଇଁ ବାସସ୍ଥାନ, ଜାତି ପ୍ରମାଣ ପତ୍ର ବାହାରି ପାରୁନାହିଁ। ବନବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଅତିବାହିତ କରନ୍ତି। ହେଲେ ମୁଖ୍ୟ ଜୀବନ ଜୀବିକା କେନ୍ଦୁପତ୍ର ସଂଗ୍ରହକୁ ବନ ବିଭାଗ ବାରଣ କରିଛନ୍ତି। ଏବେ ବେରୋଜଗାର ଲୋକେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡି ଯାଇଛନ୍ତି। ଏହି ବୈଠକରେ ବିଶ୍ରାମ ଛତ୍ରିଆ, ବିଜୟ ଝାକର, ମାନସିଂ ମାଝୀ, କମଳ ମାଝୀ, ତିଲସିଂ ଝାକର, ରାଜକୁମାର ଧରୁଆ, ସନ୍ତୋଷ ମାଝୀ, ମଦନ ମାଝୀ, ବିଦ୍ୟାରାଜ ସାହୁ ସହ ସୁନାବେଡ଼ା ଅଭୟାରଣ୍ୟର ସୋସେଙ୍ଗ, ସୁନାବେଡ଼ା, ମିଛାପାଲି, ସିଆଲଟି ପଞ୍ଚାୟତର ଶତାଧିକ ବନବାସୀ ଉପସ୍ଥିତ ରହିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories