www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ଦ୍ଵାରା କଳା ତାଲିକାଭୁକ୍ତ ପାକିସ୍ତାନୀ ସହ ହାତ ମିଶାଇଲେ ମାଧୁରୀ, ସାଜିଲେ ଘୃଣାର ପାତ୍ର

ମୁମ୍ବଇ: ନିଜ ଅଭିନୟ ଓ ନୃତ୍ୟ ବଳରେ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବଲିଉଡ଼ର ଧକ୍‌ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍‌ ଏବେ ସମାଲୋଚନା ଓ ଘୃଣାର ପାତ୍ର ହୋଇଛନ୍ତି। ଏହାର କାରଣ ପାକିସ୍ତାନୀ ପ୍ରମୋଟରଙ୍କ ସହ ମିଶି କାମ କରିବା, ଯାହାଙ୍କୁ କି ଭାରତ ସରକାର କଳା ତାଲିକାଭୁକ୍ତ କରିଛନ୍ତି। ହ୍ୟୁଷ୍ଟନସ୍ଥିତ ପାକିସ୍ତାନୀ ପ୍ରମୋଟର ରେହାନ ସିଦ୍ଦିକିଙ୍କ ମିଳିତ ସହଯୋଗରେ କାମ କରିବା ଯୋଗୁ ମାଧୁରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରେହାନ ସିଦ୍ଦିକି ଆଇଏସଆଇ ସହ ଜଡ଼ିତ ଥିବା ଅଭିଯୋଗରେ ଭାରତ ସରକାର ତାଙ୍କୁ କଳା ତାଲିକାଭୁକ୍ତ କରିଛନ୍ତି। ଶୁକ୍ରବାର ସୁନନ୍ଦା ବଶିଷ୍ଠ ମାଧୁରୀ ଓ ରେହାନଙ୍କ ଇଭେଣ୍ଟର ପୋଷ୍ଟରର ଏକ ଫଟୋ ଶେୟାର କରିଛନ୍ତି, ଯାହା ଟେକ୍ସାସର ହ୍ୟୁଷ୍ଟନରେ ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ଅଗଷ୍ଟ ୨୦୨୪ରେ ଆୟୋଜିତ ହେବ। ଏକ୍ସରେ ସେ ରେହାନଙ୍କ ସହ କାମ କରିବାକୁ ନେଇ ମାଧୁରୀ ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ଏହା ନକରିବାକୁ ଅନୁରୋଧ କରିଛନ୍ତି। ସେ ବିଜେପି ମନ୍ତ୍ରୀ କିଶନ ରେଡ୍ଡୀଙ୍କ ଏକ ଚାରି ବର୍ଷ ପୁରୁଣା ପତ୍ରକୁ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ରେହାନଙ୍କୁ ଭାରତ ସରକାର କଳା ତାଲିକାଭୁକ୍ତ କରିଛନ୍ତି।


ସୁନନ୍ଦା ଲେଖିଛନ୍ତି, ‘‘ଦେଖି ଆଶ୍ଚର୍ଯ୍ୟ ଲାଗିଲା ଯେ, ମାଧୁରୀ ଦୀକ୍ଷିତ ପାକିସ୍ତାନୀ ପ୍ରମୋଟରଙ୍କ ସହ ସହଯୋଗ କରିଛନ୍ତି, ଯିଏ କି ଭାରତୀୟ ଏଜେନ୍ସିମାନଙ୍କ ସ୍କାନରରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ କଳା ତାଲିକାଭୁକ୍ତ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ବିଜେପିର କିଶନ ରେଡ୍ଡୀ ଘୋଷଣା କରିଥିଲେ ଯେ, ହ୍ୟୁଷ୍ଟନସ୍ଥିତ ପାକିସ୍ତାନୀ ପ୍ରମୋଟର ରେହାନ୍ ସିଦ୍ଦିକିଙ୍କୁ କଳା ତାଲିକାଭୁକ୍ତ କରାଯାଇଛି ଏବଂ ତାଙ୍କ ସହ କାମ ନ କରିବାକୁ ବଲିଉଡ ସେଲିବ୍ରିଟିମାନଙ୍କୁ ଅନୁରୋଧ କରିଥିଲେ।’’ ଏହି ପୋଷ୍ଟ ଦେଖି ଅନେକ ଲୋକ ମାଧୁରୀଙ୍କୁ ସମାଲୋଚନା କରିବା ସହ କ୍ରୋଧିକ ହୋଇ ଘୃଣା ପୂର୍ବକ ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories