www.samajalive.in
Sunday, December 7, 2025
18.1 C
Bhubaneswar

୧୦ ଦିନ ତଳେ ସ୍କୁଲରେ ନାମ ଲେଖାଇଥିଲେ, ପାଣି ଟାଙ୍କି ଭୁଶୁଡି ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲା ସାରଗାଁ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ପାଣି ଟାଙ୍କି ଭୁଶୁଡିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ୧୦ ବର୍ଷର ପୁଅ ନାରାୟଣ ଟୁଡୁ ବୋଲି ସୂଚନା ମିଳିଛି । ନୂଆ କରି ସ୍କୁଲରେ ନାଁ ଲେଖାଇବା ସହ ହଷ୍ଟେଲରେ ରହୁଥିଲେ ନାରାୟଣ । ଆଜି ସକାଳେ ଜଳଖିଆ ୪ଛାତ୍ର ପାଣି ଟାଙ୍କି ନିକଟରେ ଥିବା ଟ୍ୟାପକୁ ଧୋଇ ହେବାକୁ ଯାଇଥିବା ବେଳେ ଭୁଶୁଡି ପଡିଥିଲା । ନାରାୟଣଙ୍କ ଉପରେ ପାଣି ଟାଙ୍କି କାନ୍ଥ ଭୁଶୁଡିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories