www.samajalive.in
Sunday, December 7, 2025
14.1 C
Bhubaneswar

ପାହାଡ ଉପରୁ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଆମ୍ଭାବାଡ଼ି ପାହାଡ ଉପରୁ ଜଣେ ଭିନ୍ନକ୍ଷମ ଯୁବତୀ ରୀନା ଜେନାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଯୁବତୀଙ୍କୁ କେହି ହତ୍ୟା କରି ପାହାଡ ଉପରେ ପିଙ୍ଗି ଦେଇଥିବା ପୁଲିସ ଅନୁମାନ କରୁଛି। ପରିବାର ଲୋକେ ମଧ୍ୟ ରୀନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ରୀନାଙ୍କ ଘର ପଦ୍ମପୁର ଥାନା ଅନ୍ତର୍ଗତ ବିରିପଦର ଗ୍ରାମରେ। ସେ ମିଶନ ଶକ୍ତିର ଏମବିକେ ପଦବୀରେ କାମ କରୁଥିଲେ। ଗତ ୨୫ ତାରିଖରେ ଏକ ମିଟିଂରେ ଯୋଗଦେବେ ବୋଲି ଘରେ କହିଥିଲେ। ସେହିଦିନ ଆଉ ସନ୍ଧ୍ୟାରେ ଆସିଲେ ନାହିଁ। ପରେ ପଦ୍ମପୁର ପୁଲିସକୁ ସୂଚନା ଦେବା ପରେ ଖୋଜାଖୋଜି କରିଥିଲେ। ୩ ଦିନ ପରେ ଆଜି ଆମ୍ଭାବାଡ଼ି ପାହାଡ ଉପରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଗୁଣପୁର ଏସଡିପିଓ ବାବୁଲା ନାୟକ, ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝୀ, ଗୁଡ଼ାରୀ ଆଇଆଇସି ଶର୍ମପିତା ସ୍ୱାଇଁ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଅପରାହ୍ନରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ମୃତ ଯୁବତୀଙ୍କ ବାପା କହିଛନ୍ତି ଯେ, କେହି ଦୁର୍ବୃତ୍ତ ଝିଅକୁ ହତ୍ୟା କରି ପାହାଡ ଉପରେ ଫିଙ୍ଗି ଦେଇଛନ୍ତି। ମୋ ଝିଅ ଭିନ୍ନକ୍ଷମ ଏତେ ବଡ ପାହାଡ ଉପରକୁ ଯାଇପାରିବ ନାହିଁ। ମୋତେ ନ୍ୟାୟ ଦିଆଯାଉ ବୋଲି ସେ ପୁଲିସକୁ କହିଛନ୍ତି। ଗୁଡାରୀ ପୁଲିସ ଏକ ମାମଲା(୬୩/୨୦୨୪) ରୁଜୁ କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories