www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସ୍‍ କନେଷ୍ଟବଳ ହତ୍ୟା ମାମଲାରେ ୧୧ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିପୁରରେ ଶନିବାର ପଥର ମାଡ଼ରେ ପୁଲିସ୍‍ କନଷ୍ଟେବଳଙ୍କ ମୃତ୍ୟୁ ମାମଲାରେ ରବିବାର ୧୧ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଜିପୁର ର‍୍ୟାଲିରୁ ଫେରୁଥିବାବେଳେ ପ୍ରଦର୍ଶନକାରୀଙ୍କ ପଥର ମାଡ଼ରେ କନେଷ୍ଟବଳ ସୁରେଶ ବତ୍ସଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି ଓ ଆଉ କେତେଜଣଙ୍କୁ ଅଟକ ରଖାଯାଇଛି।
ଗାଜିପୁର ଏସ୍‍ପି ୟଶବୀର ସିଂହ କହିଛନ୍ତି ଯେ ପଥରମାଡ଼ କରିଥିବା ଲୋକମାନେ ହେଉଛନ୍ତି ରାଷ୍ଟ୍ରୀୟ ନିଷାଦ ପାର୍ଟି କାର୍ଯ୍ୟକର୍ତ୍ତା। ନିଷାଦ ପାର୍ଟି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ର‍୍ୟାଲିସ୍ଥଳକୁ ଯାଇ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ୍‍ ସେମାନଙ୍କୁ ବାଟରେ ଅଟକାଇ ଦେଇଥିଲା। ସେମାନେ ବାଟରେ ଜମା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ଗାଜିପୁର ର‍୍ୟାଲିରୁ ଫେରୁଥିବା ଲୋକମାନଙ୍କ ଉପରକୁ ନିଷାଦ ପାର୍ଟି କାର୍ଯ୍ୟକର୍ତ୍ତା ଢେଲା ପଥର ମାଡ଼ କରିଥିଲେ।
ସୂଚନା ଅନୁସାରେ ର‍୍ୟାଲିରୁ ଫେରୁଥିବା ଗାଡ଼ିଗୁଡ଼ିକ ଉପରକୁ ପ୍ରଦର୍ଶନକାରୀମାନେ ପଥର ମାଡ଼ କରିଥିଲେ। ପୁଲିସ୍‍ କନେଷ୍ଟବଳ ସୁରେଶ ପଥର ଫିଙ୍ଗାଳିଙ୍କୁ ବାଟରୁ ହଟାଇବା ପାଇଁ ଚେଷ୍ଟା କରୁଥିବାବେଳେ ତାଙ୍କ ମୁଣ୍ଡରେ ପଥର ବାଜିଥିଲା। ଏଥିରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‍ ଏଡିଜି ଆନନ୍ଦ କୁମାର କହିଛନ୍ତି ଯେ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ କେତେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ପୁଲିସ୍‍ ପ୍ରଦର୍ଶନସ୍ଥଳ ନିକଟ ଘର ଓ ଦୋକାନମାନଙ୍କରେ ଲାଗିଥିବା ସିସି ଟିଭି ଫୁଟେଜ୍‍କୁ ଆଧାର କରି ହତ୍ୟାକାରୀଙ୍କୁ ଧରିବାକୁ ଚେଷ୍ଟା କରୁଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories