www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଶଂସା ସାଉଁଟିଲା ସାମାଜିକ ନାଟକ ‘ଅକାହାଣୀ’

ଭୁବନେଶ୍ୱର: ସାଂସ୍କୃତିକ ଉତ୍ସବ ଆମ ଜୀବନଚର୍ଯ୍ୟାକୁ ଋଦ୍ଧିମନ୍ତ ଏବଂ ଭ୍ରାତୃଭାବକୁ ସୁଦୃଢ କରିଥାଏ । ଜୀବନକୁ ଏହା ଆମୋଦଦାୟକ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ନିଜ ଈପସିତ ସ୍ୱପ୍ନ ପୂରଣ ପାଇଁ ଏହା ନୂତନ ଆଶା ଓ ଶକ୍ତିର ସଞ୍ଚାର କରିଥାଏ । କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ।

ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ପଞ୍ଚଦଶତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଟ୍ରେଜେରୀ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରୂପନାରାୟଣ ଦାସଙ୍କ ତତ୍ତ୍ୱାବଧାନରେ କର୍ମକର୍ତ୍ତାମାନେ ଦୀର୍ଘଦିନ ପରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଶ୍ରୀ ଦେବ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଏହାକୁ ମନଭରି ଉପଭୋଗ କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଯାମିନୀ ଷଡଙ୍ଗୀ ଯୋଗ ଦେଇ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ବହୁବିଧ କାର୍ଯ୍ୟକ୍ରମ ଏବଂ ପୁରାତନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ପରମ୍ପରାର ପ୍ରଶଂସା କରଥିଲେ ଏବଂ ଆଗକୁ ଏହା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

- Advertisement -

ସମ୍ମାନିତ ଅତିଥି ଅର୍ଥ ବିଭାଗ ହିସାବ ନିୟନ୍ତ୍ରକ  ଅଶୋକ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ବିଭାଗର ଅଧିକାରୀ, କର୍ମଚାରୀ, ପୂର୍ବତନ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ବହୁସଂଖ୍ୟାରେ ଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳ ଆୟୋଜନ ପାଇଁ ପରିଷଦର କର୍ମକର୍ତ୍ତାମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବାକୁ ଥିବା ବେଳେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମନ୍ତ୍ରପାଠ ମଧ୍ୟରେ ଆନୁଷ୍ଠାନିକ ଉଦଘାଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ ଏବଂ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋବର୍ଦ୍ଧନ ସାହୁଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ ପ୍ରଦାନ କରାଯାଇଥିଲା ।

ପରିଷଦର ସମ୍ପାଦକ ଅନୁପ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପରିଷଦ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ପୁଣ୍ୟତୋୟା’କୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତୀ ପ୍ରଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ହରପ୍ରିୟା ପାଣିଗ୍ରାହୀ ମଞ୍ଚ ସଂଚାଳନ କରିଥିଲେ ଏବଂ ଶ୍ରୀମତୀ ଅପରାଜିତା ବେସନ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାକାର୍ଯ୍ୟ ଶେଷ ପରେ ପରିବେଷିତ ହୋଇଥିଲା ସାମାଜିକ ନାଟକ ‘ଅକାହାଣୀ’ । ନାଟକର ବିଷୟବସ୍ତୁ ଏବଂ କଳାକାରମାନଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବା ସହ ବେଶ ପ୍ରଶଂସା ସାଉଁଟିଥିଲା । କାର୍ଯ୍ୟକ୍ରମରେ କୋଷାଗାର ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାରବର୍ଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା କାଲି ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories