ହିମାଳୟରେ ଦେଖାଗଲା ଏହି ବିଚିତ୍ର ଦୃଶ୍ୟ

ହିମାଳୟରେ ଏକ ବିଚିତ୍ର ଦୃଶ୍ୟ ଦେଖାଯାଇଛି । ହିମାଳୟ ଉପରେ ଥିବା ମେଘରୁ ବିଭିନ୍ନ ରଙ୍ଗର ବିଜୁଳି ଓଲଟା ଦିଗରେ ଚମକୁଥିବା ଦେଖିବା ପାଇଁ ମିଳିଛି । ବାଦଲରୁ ବିଜୁଳି ପୃଥିବୀ ଆଡକୁ ନ ଆସି ଓଲଟା ଦିଗରେ ଅନ୍ତରୀକ୍ଷ ଆଡକୁ ଯାଉଥିବା ଦେଖିବା ପାଇଁ ମିଳିଛି । ଲାଲ ତଥା ବାଇଗଣି ରଙ୍ଗର ବିଜୁଳି ଝଟକିବା ସହ ଏହା ଅନ୍ତରୀକ୍ଷ ଆଡକୁ ଯାଉଥିବା ଦେଖିବା ପାଇଁ ମିଳିଥିଲା ।

prayash

ଏହା ଏକ ଦୁର୍ଲଭ ଦୃଶ୍ୟ ଥିଲା । ସାଧାରଣତଃ ବିଜୁଳି ଚମକିବା ବେଳେ ଭୂମି ଆଡକୁ ଗତି କରିଥାଏ । କିମ୍ବା ସମାନ୍ତରଳ ଭାବେ ଗତି କରିଥାଏ । ମାତ୍ର ଏହି ବିଜୁଳି ଉପରକୁ ଉଠିଥିଲା ।   କିଛି ବୈଜ୍ଞାନିକ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ।

ସାରା ଦୁନିଆଁରେ ଏପରି ବିଜୁଳି ବର୍ଷକୁ ପ୍ରାୟ ଏକ ହଜାର ଥର ଦେଖା ଦେଇଥାଏ । ଏହାକୁ ୨୦ ବର୍ଷ ତଳେ ଆବିଷ୍କାର କରାଯାଇଥିଲା । ବୈଜ୍ଞାନିକମାନେ ଏପରି ବିଜୁଳିକୁ ସ୍ପ୍ରାଇଟ୍‌ ନାମ କରଣ କରିଛନ୍ତି ।

Comments are closed.