www.samajalive.in
Sunday, December 14, 2025
23.1 C
Bhubaneswar

୫-ଟି ସ୍କୁଲ ରୂପାନ୍ତରଣରେ ଦୁର୍ନୀତି ହୋଇଥିଲେ ତଦନ୍ତ ହେବ: ଗଣଶିକ୍ଷା ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିଲେ ତାହାର ତଦନ୍ତ କରାଯିବ। ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ଗଣମାଧ୍ୟମକୁ ଏହା କହିଛନ୍ତି।

ବିଜେଡି ସରକାର ସମୟରେ ୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲ ରୂପାନ୍ତରୀକରଣ ହୋଇଥିଲା। ସ୍କୁଲ ଶ୍ରେଣୀଗୃହଗୁଡ଼ିକୁ ଅତ୍ୟାଧୁନିକ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥିଲା। ତେବେ ଅନେକ ସ୍ଥାନରେ ସ୍କୁଲ ରୂପାନ୍ତରଣ ନାଁରେ ଦୁର୍ନୀତି ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସରକାର ବଦଳିବା ପରେ ନୂତନ ଭାବେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ନିତ୍ୟାନନ୍ଦ ଗଣ୍ଡ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ୫-ଟି ଅଧୀନ ସ୍କୁଲଗୁଡ଼ିକର ରୂପାନ୍ତରଣରେ ଦୁର୍ନୀତି ହୋଇଥିଲେ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେବ। ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବଦଳି ପରେ ବି ଅନେକ ଶିକ୍ଷକ କାର୍ଯ୍ୟକ୍ଷେତ୍ରକୁ ଯାଉ ନ ଥିବା ଶିକ୍ଷକମାନଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯିବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories