www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବୁ: ବିଜେଡି

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଦିନରେ ସଂସଦରେ ରାଜ୍ୟସଭା ଅଧିବେଶନ ହେବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଏନେଇ ସୋମବାର ବିଜେଡିର ରାଜ୍ୟ ସଭା ସଦସ୍ୟମାନଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ନବନିର୍ବାଚିତ ସାଂସଦମାନଙ୍କ ଶପଥଗ୍ରହଣ ଜାରି ରହିଛି। ଏଥର ଓଡ଼ିଶାରେ ବିଜେଡିରୁ କୌଣସି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇନାହାନ୍ତି। କିନ୍ତୁ ରାଜ୍ୟ ସଭାରେ ଦଳର ସାଂସଦମାନେ ରହିଛନ୍ତି। ତେଣୁ ଆଗାମୀ ଦିନରେ ସଂସଦ ଅଧିବେଶନରେ ବିଜେଡିର ଭୂମିକା କ’ଣ ରହିବ ତାହା ସ୍ଥିର କରିବା ଲାଗି ସୋମବାର ନବୀନ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେଡିର ରାଜ୍ୟସଭା ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏଥିରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟର ପ୍ରତିଟି ପ୍ରସଙ୍ଗକୁ ଶାଣିତ ଭାବେ ସଂସଦରେ ଉଠାଯିବ। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ସାଙ୍ଗକୁ ସମ୍ବଲପୁର, ବାଲେଶ୍ୱର, କୋରାପୁଟରେ ଏମ୍‌‌ସ ପ୍ରତିଷ୍ଠା ପାଇଁ ଦାବି କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ରେଳପଥ ସଂଯୋଗୀକରଣ ଏବଂ ବ୍ୟାଙ୍କିଂ ସେବା ସହିତ ଆଦିବାସୀ ସ୍ୱାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଯିବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories