www.samajalive.in
Friday, December 12, 2025
23.1 C
Bhubaneswar

ଅନେକ ସମୟ ଧରି ଠିଆ ହୋଇଥିଲା ଟ୍ରକ୍, ଭିତରେ ଦେଖିବା ପରେ..

ନୂଆଦିଲ୍ଲୀ : ସଣ୍ଡିଲା-ଚକଲବଂଶୀ ମାର୍ଗର ସିମଉ ଶାରଦା ନହରପୁର ନିକଟରେ ରବିବାର ଡମ୍ଫରର କ୍ୟାବିନରେ ଚାଳକଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଫରେନ୍ସିକ୍ ଟିମ୍ ସାହାଯ୍ୟରେ ଯାଞ୍ଚ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଳକଙ୍କ ପାଖରୁ ମିଳିଥିବା ଫୋନ୍ ସାହାଯ୍ୟରେ ତାଙ୍କ ପରିବାରଲୋକଙ୍କୁ ସୂଚନା ଦିଆଯାଇଥିଲା । ନିଶା ଦ୍ରବ୍ୟ ଖାଇବାରୁ କିମ୍ବା ଅତ୍ୟଧିକ ଗରମ ଯୋଗୁଁ ମଧ୍ୟ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ

- Advertisement -

ଜୌନପୁର ଜିଲା ସରପତହା ଥାନା ଅନ୍ତର୍ଗତ କଟଘରନଗର ଅଧିବାସୀ ୨୮ ବର୍ଷୀୟ ବିପିନ ଗିରି ଡମ୍ଫର ଚଳାଇ ପରିବାର ଚଳାନ୍ତି । ଶନିବାର ସେ ସଣ୍ଡିଲାରେ ମୋରମ୍ ପକାଇ ଫେରୁଥିଲେ । ଦ୍ବିପ୍ରହର ୩ଟାରେ ସିମଉ ନିକଟରେ ଡମ୍ଫର ଠିଆ ହୋଇଥିଲା । ରବିବାର ସକାଳ ପର୍ଯ୍ୟନ୍ତ ଡମ୍ଫର ଠିଆ ହେବା ଦେଖି ଲୋକେ ସନ୍ଦେହ କରିଥିଲେ । ଭିତରକୁ ଚାହିଁବା ପରେ ଡମ୍ଫର କ୍ୟାବିନରେ ଚାଳକଙ୍କ ମୃତଦେହ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଚାଳକ ନିଶା ଦ୍ରବ୍ୟ ସେବନ କରିଥିବା ଏବଂ ଅତ୍ୟଧିକ ଗରମ ଯୋଗୁଁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପାଇଁ ଦିଆଯାଇଛି ଏବଂ ପରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ ବୋଲି କହିଛି ପୁଲିସ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories