www.samajalive.in
Friday, December 12, 2025
27.1 C
Bhubaneswar

ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ

ବ୍ରହ୍ମଗିରି: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆଜିଠାରୁ ଆରମ୍ଭ ହୋଇଛି।   ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି। ବ୍ରହ୍ମଗିରିର ଅଲାରନାଥ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି।  ଚଳିତବର୍ଷ ୧୩ ଦିନ ଧରି ଏଠାରେ ଶ୍ରୀଜୀଉ ରହିବାକୁ ଥିବାବେଳେ ଆଜିଠାରୁ ପୀଠରେ ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଅଲାରନାଥ ପୀଠରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଭୋର ୪ଟାରୁ ମନ୍ଦିରଦ୍ୱାର ଫିଟା ଯିବା ପରେ ୪ଟା ୧୫ରେ ମଙ୍ଗଳ ଆଳତି, ୫ଟାରେ ବେଶ, ୫ଟା ୩୦ରେ ଗୋପାଳ ବଲ୍ଲଭ, ୬ଟାରୁ ସର୍ବସାଧାରଣ ଦର୍ଶନ, ଅପରାହ୍ଣ ୨ଟାରେ ମଧ୍ୟାହ୍ନ ଧୂପ, ୨ଟା ୪୫ରେ ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ୭ଟାରେ ଆଳତି ଓ ରାତି ୧୦ଟାରେ ବଡ଼ସିଂହାର ଧୂପ ଓ ବେଶ ଆଦି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଏବଂ ଏହି ରୀତିନୀତି ପ୍ରତିଦିନ ସମ୍ପାଦନ କରାଯିବ ବୋଲି ମନ୍ଦିର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଲାରନାଥ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ପ୍ରତିରୂପ ହୋଇଥିବାରୁ ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୁଣ୍ୟମିଳେ ବୋଲି ଶାସ୍ତ୍ରୀୟ ମତ ରହିଛି। ଏଥିପାଇଁ ଶ୍ରୀଜୀଉଙ୍କ ଅନବସର ସମୟରେ ଶ୍ରଦ୍ଧାଳୁମାନେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି। ଅଲାରନାଥ ପୀଠାରେ ଶ୍ରୀଜୀଉ ୧୩ ଦିନ ଧରି ରହିବାକୁ ଥିବାରୁ ଶାନ୍ତିଶୃଙ୍ଖଳାରେ କିପରି ଶ୍ରୀ ଜୀଉଙ୍କ ଅନବସର ଯାତ୍ରା ସମ୍ପନ୍ନ କରାଯିବ ସେଥିପାଇଁ ଅଲାରନାଥ ମନ୍ଦିର ଟ୍ରଷ୍ଟବୋର୍ଡର ମଧ୍ୟକାଳୀନ ଟ୍ରଷ୍ଟି ତଥା ତହସିଲଦାର ବିଦ୍ୟାଧର ଦଣ୍ଡପାଟ ଓ ଅତିରିକ୍ତ ତହସିଲଦାର ସରୋଜ କୁମାର ଦେହୁରୀ ସେବାୟତ ନିଯୋଗ ଓ ୨ ଗ୍ରାମ କମିଟିକୁ ଡାକି ଏ ସମ୍ପର୍କରେ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ନିର୍ମାଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି।

- Advertisement -

ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଦୁଇଜଣ ଡିଏସ୍‌ପି, ୮ ପ୍ଲାଟୁନ୍‌ ଫୋର୍ସ ଏବଂ ୪ ଇନ୍ସପେକ୍ଟର, ୬ ଟ୍ରାଫିକ୍‌ ପୁଲିସ, ୨ଟି ମୋବାଇଲ ପାଟ୍ରୋଲିଂ ଗାଡ଼ି, ୨ଟି ସ୍ୱତନ୍ତ୍ର ସ୍କ୍ୱାଡ ନିୟୋଜିତ କରାଯାଇଛି। ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଗହଳି ପରିଲକ୍ଷିତ ହେବାକୁ ଥିବାରୁ ଅଲାରନାଥ ମନ୍ଦିର ନିକଟରେ ଗାଡ଼ି ରହଣିସ୍ଥଳ, ଅସ୍ଥାୟୀ ପୁଲିସ ଶିବିର, ପାନୀୟଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଇଛି। ଚାରିଚକିଆ ଗାଡ଼ି ଗୁଡିକ ବ୍ୟାଙ୍କ ରାସ୍ତା ଦେଇ ଚନ୍ଦନ ଚକଡ଼ାରେ ରଖିବାକୁ ଥିବାବେଳେ ଅଲାରନାଥ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ଗାଡ଼ି ଚନ୍ଦନ ପୋଖରୀ ନିକଟରେ ରଖିବା ନେଇ ବ୍ୟବସ୍ଥା କରାଯାଇଛି। ଭିଆଇପି ଓ ଭିଭିଆଇପି ଗାଡ଼ି ଗୁଡିକ ମନ୍ଦିର ଯିବା ରାସ୍ତା ପାର୍ଶ୍ବରେ ଶନିଶ୍ଚର ମନ୍ଦିର ନିକଟରେ ରଖିବା ପାଇଁ ବ୍ୟବସ୍ଥା ରହିଥିବା ବ୍ରହ୍ମଗିରି ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories