www.samajalive.in
Sunday, December 14, 2025
26.1 C
Bhubaneswar

ଡିଏସପିରୁ କନଷ୍ଟେବଳ ହେଲେ ପୁଲିସ ଅଧିକାରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଆଇନର ସୁରକ୍ଷା ଦାୟିତ୍ୱ ହେଉଛି ପୁଲିସ ବିଭାଗର। ହେଲେ ପୁଲିସ ବିଭାଗର ଅନେକ କର୍ମଚାରୀ ଆଇନର ଉଲ୍ଲଂଘନ କରୁଥିବା ନଜିର ରହିଛି। ଏଥିପାଇଁ ସେମାନଙ୍କୁ କେତେବେଳେ ଦଣ୍ଡ ମିଳେ ତ ଆଉ କେତେବେଳେ ସେମାନେ ସହଜରେ ଖସିଯାଆନ୍ତି। ତେବେ ଉତ୍ତରପ୍ରଦେଶରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଆଇନର ଉଲ୍ଲଂଘନକାରୀ ଜଣେ ପୁଲିସ ଅଧିକାରୀଙ୍କୁ ଦଣ୍ଡସ୍ୱରୂପ ତାଙ୍କୁ ପଦାବନତ କରାଯାଇଛି। ଡିଏସପି ପାହ୍ୟାରୁ ଅଧିକାରୀଙ୍କୁ ଖସାଇ କନଷ୍ଟେବଳ ପାହ୍ୟାକୁ ପଦାବନତ କରାଯାଇଛି। ତେବେ ଏହାର କାରଣ ବି ସେମିତି ଆଶ୍ଚର୍ଯ୍ୟଜନକ।

ପଦାବନତ ପାଇଥିବା ଅଧିକାରୀ ହେଉଛନ୍ତି ଉପ ଆରକ୍ଷୀ ଅଧୀକ୍ଷକ(ଡିଏସପି) କୃପା ଶଙ୍କର କନୌଜିୟା। ୨୦୨୧ ଜୁଲାଇ ୬ରେ କନୌଜିୟା ଉନ୍ନାଓରେ ସର୍କଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ପାରିବାରିକ କାରଣ ଦର୍ଶାଇ ସେ ଉନ୍ନାଓ ଏସପିଙ୍କଠାରୁ ଛୁଟି ନେଇଥିଲେ। କିନ୍ତୁ ସେ ଛୁଟିରେ ନ ଯାଇ କାନପୁରରେ ଏକ ହୋଟେଲକୁ ନିଜ ସହକର୍ମୀ ତଥା ଜଣେ ମହିଳା କନଷ୍ଟେବଳଙ୍କ ସହିତ ଯାଇଥିଲେ। ଏହା ପରେ ସେ ତାଙ୍କର ବ୍ୟକ୍ତିଗତ ଏବଂ କାର୍ଯ୍ୟାଳୟ ଫୋନ ନମ୍ବରକୁ ବନ୍ଦ ରଖିଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ନିକଟକୁ ଫୋନ କରିଥିଲେ। ମାତ୍ର କନୌଜିୟାଙ୍କ ନମ୍ବର ବନ୍ଦ ରହିଥିଲା। ତେଣୁ ସେ ଏସପିଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ। ଏସପି କନୌଜିୟାଙ୍କ ମୋବାଇଲ ନମ୍ବର ଟ୍ରାକ କରିବା ପରେ ତାହା କାନପୁରର ଏକ ହୋଟେଲରେ ବନ୍ଦ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଏକ ପୁଲିସ ଟିମ ଉକ୍ତ ହୋଟେଲକୁ ଯାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କନୌଜିୟା ନିଜ ଥାନାର ଜଣେ ମହିଳା କନଷ୍ଟେବଳଙ୍କ ସହିତ ହୋଟେଲ ରୁମରେ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହାର ଭିଡିଓ ପ୍ରମାଣ ସଂଗ୍ରହ କରି ଉପରିସ୍ଥ ଅଧିକାରୀଙ୍କ ପଠାଇଥିଲା।

- Advertisement -

ପରବର୍ତ୍ତୀ ସମୟରେ କନୌଜିୟା ପଦୋନ୍ନତି ପାଇ ଡିଏସପି ହୋଇଥିଲେ। ହେଲେ ବର୍ତ୍ତମାନ ଲକ୍ଷ୍ନୌ ଆଇଜିପି ପୂର୍ବ ଘଟଣାରେ କନୌଜିୟାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଥିଲେ। ତଦନ୍ତୁଯାୟୀ ସର୍କଲ ଅଧିକାରୀରୁ ପଦୋନ୍ନତି ପାଇ ଡିଏସପି ହୋଇଥିବା କନୌଜିୟାଙ୍କୁ କନଷ୍ଟେବଳ ଭାବେ ପଦାବନତ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories