www.samajalive.in
Thursday, December 11, 2025
18.1 C
Bhubaneswar

ଡିପଥେରିଆ: ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ସାମୁହିକ ଟିକା କରଣ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡିରେ ଜଣେ ଶିଶୁ  ଡିପଥେରିଆରେ ଆକ୍ରାନ୍ତ ହେବାପରେ ଆଜିଠାରୁ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ସାମୁହିକ ଟିକା କରଣ ଆରମ୍ଭ ହେଇଛି। ଆଜିଠାରୁ ସ୍ବାସ୍ଥ୍ୟ ବିଭାଗ ର ତିନୋଟି ଟିମ୍ ଥୁଆମୂଲ ରାମପୁର ର ତଳନାଗି ପଂଚାୟତ ରେ ପହଞ୍ଚି ଟିକା କରଣ ଆରମ୍ଭ କରିଛନ୍ତି। ଏହି ଟିମ୍ ଗୁଡ଼ିକ ତାଳନାଗି ରେ
ଶିବିର କରି ରହି ସେଠାରୁ ପ୍ରଭାବିତ ଅଞ୍ଚଳ ସରାଫାସ, ଭୂର୍ଭୁରି ଟେମରା, ଢିପ ଟେମରା, ଝିରୀ, ଘୁଟ୍ରୁଖାଲ, ଡି.ଚେପଟାଘାଟ, ତେନ୍ତୁଳିପଦର ଆଦି ଜଳଭଣ୍ଡାର ଭିତର ର ୧୬ ଟି ଗାଁରେ ସମୂହ ଟିକାକରଣ କରିବେ।

ଏଥି ସହିତ ଜ୍ଵର ରୋଗୀ ଚିହ୍ନଟ କରି ସେମାନଙ୍କର ମଧ୍ୟ ଚିକିତ୍ସା କରିବାର କାର୍ଯ୍ୟକ୍ରମ ରହିଛି। ସଂପ୍ରତି ଜଳଭଣ୍ଡାରରେ ଜଳସ୍ତର କମ ଥିବା , କେତେକ ସ୍ଥାନରେ ଶିଉଳି ହେଇଥିବା ଯୋଗୁଁ ସମସ୍ତ ଅଞ୍ଚଳକୁ ଯିବା ସମସ୍ୟା ରହିଛି ସମ୍ପୃକ୍ତ ଟିମର ଜଣେ ସଦସ୍ୟ ଗଣମାଧ୍ୟମ ପ୍ରତିନିଧିକୁ କହିଛନ୍ତି। ତେବେ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ବହୁବର୍ଷ ଧରି ଜେଡଏସଏସ ଟିମ୍ ଦ୍ଵାରା ଚିକିତ୍ସା ବନ୍ଦ ହେଇଥିବା ବେଳେ ସଂପ୍ରତି ଡିପଥେରିଆ ପାଇଁ ସମ୍ପୃକ୍ତ ଅଞ୍ଚଳ କୁ ଏତେ ସଂଖ୍ୟାରେ ସ୍ବାସ୍ଥ୍ୟ କର୍ମୀ ଏବେ ଗସ୍ତ କରୁଛନ୍ତି। ଏଣୁ ଜଳବନ୍ଦୀ ଅଞ୍ଚଳ ଲୋକଙ୍କ ପାଇଁ ପୂର୍ବଭଳି ସ୍ବତନ୍ତ୍ର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ଙ୍କ ଦଳ ନିଯୁକ୍ତ କରାଯାଇ ନିୟମିତ ଚିକିତ୍ସା ଯୋଗାଇ ଦିଆଯିବାକୁ ସମ୍ପୃକ୍ତ ଅଞ୍ଚଳ ବାସୀ ଦାବି କରୁଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories