www.samajalive.in
Monday, December 8, 2025
27.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଶନିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶନିବାର ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିଇଥିଲା। ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶ ସଜ୍ଡିତ କରାଯାଇଥିଲା।
ସକାଳ ୯ଟାରେ ପହଡଖିଆ ଅନ୍ନନୀତି ସହ ମଧ୍ଯାହ୍ନ ୧ଟାରେ ଯୋଗୀବେଶ ଓ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା।  ଏକଘଣ୍ଟା ଶୟନ(ଅବକାଶ) ନୀତି ସମ୍ପନ୍ନ ହେବା ପରେ ୫୧ଜଣ ସେବାୟତ ଘଣ୍ଟାକିର୍ତ୍ତନ ଛତ୍ର ଆଲଟ ଆଦି ଧରି ବୈତରଣୀନଦୀ ଅଭିମୁଖେ ଜଳ ଆଣିବା ପାଇଁ ଯାଇଥିଲେ। ଦୀର୍ଘ ୧କିମି ଚାଲିଚାଲି ଜଳ ଆଣିବା ପରେ ସେବାକାରୀଙ୍କ ଦ୍ବାରା ଅଗୁର, ଚନ୍ଦନ ଦ୍ବାରା ସୁବାସିତ ଜଳରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ବଡସିଂହାର ବେଶ, ସଂଧ୍ଯାପୂଜା, ବଡ ଆଳତୀ ଆଦି ନୀତି ସମ୍ପନ୍ନ ହୋଇଥିଲା।
ଅନୁରୂପ ଭାବେ ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ସ୍ନାନମଣ୍ଡପରେ ଦେବସ୍ନାନ ନୀତି ଅନୁଷ୍ଠତ ହୋଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories