www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସ ସାମ୍ନାରେ ଚାଞ୍ଚଲ୍ୟକର ବୟାନ ଦେଲେ ଅଭିନେତା ଦର୍ଶନ: ପ୍ରମାଣ ନଷ୍ଟ ପାଇଁ ସାଙ୍ଗଠୁ ୪୦ଲକ୍ଷ କରଜ କରିଥିଲେ

ନୂଆଦିଲ୍ଲୀ: ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅଭିନେତା ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର କରିଥିବା କହିଛନ୍ତି। ପୁଲିସ ଦର୍ଶନଙ୍କୁ ପଚରାଉଚରା କରିବା ସମୟରେ ସ୍ୱୀକାର କରିଛନ୍ତି ଦର୍ଶନ। ପୁଲିସ ପକ୍ଷରୁ କୁହାଯାଇଛି ଯେ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦର୍ଶନ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଧାର କରିଥିଲେ। ଏହି ଟଙ୍କ ଜବତ କରିଛି ପୁଲିସ। ଏହାସହିତ ୩ଜଣଙ୍କ ଏହି ଘଟଣାରେ ଦୋଷ ମୁଣ୍ଡାଇବାକୁ କହିବା ଏଥିପାଇଁ ସେମାନଙ୍କୁ ଟଙ୍କା ଦେଇଥିଲେ। ଏକ ରିପୋର୍ଟ ଅନୁସାରେ ତିନି ଜଣଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ ଦର୍ଶନ। ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ ଗତ କିଛି ଦିନ ତଳେ ଅଭିନେତା ଦର୍ଶନଙ୍କୁ ପୁଲିସ ଗିରଫ କରିଥିଲା। ଜୁନ୍‌‌ ୮ତାରିଖରେ ବେଙ୍ଗାଲୁରୁରୁ ରେଣୁକା ସ୍ୱାମୀ ନମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାର ଦୁଇ ଦିନ ପରେ ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲା ପୁଲିସ। ସୂଚନା ଅନୁସାରେ ରେଣୁକାସ୍ୱାମୀ ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ସୋସିଆଲ ମଡିଆରେ ଅଶ୍ଳିଳ ମେସେଜ କରୁଥିଲେ। ଏଥିରେ ରାଗିଯାଇ ଦର୍ଶନ ରେଣୁକାଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ଏହି ଘଟଣାରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories