www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ନାଇଡୁ, ଜଗନଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲ୍‌‌ଡୋଜର

ଅମରାବତୀ: ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୱାଇଏସଆର କଂଗ୍ରେସ ପାର୍ଟିର ଏକ ନିର୍ମାଣାଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଗୁଣ୍ଟୁର ଜିଲାର ତାଡେପଲ୍ଲୀ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା। ଏହା ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଯାଇ ସ୍ଥାନୀୟ ଏନଏସି ପକ୍ଷରୁ ଏହାକୁ ଭାଙ୍ଗିଦିଆଯାଇଛି। ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡୀ ନିନ୍ଦା କରିବା ସହିତ ଚନ୍ଦ୍ରବାବୁ ନାଇଡୁ ଏକଚ୍ଛତ୍ରବାଦ ଶାସନର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଜନସାଧାରଣ। ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଫେରିବା ପରେ ଜଗନମୋହନଙ୍କ ସରକାର ସମୟରେ ତାଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତିଶୋଧ ନେଇଛନ୍ତି ବୋଲି ଲୋକେ କହୁଛନ୍ତି। ୨୦୧୯ରେ ଚନ୍ଦ୍ରବାବୁଙ୍କ ଦଳ ପରାଜିତ ହୋଇଥିଲା। ୱାଇଏସଆର କଂଗ୍ରେସ କ୍ଷମତାକୁ ଆସିଥିଲା। ଏହା ପରେ ଜଗନମୋହନ ୨୦୧୯ ଜୁନ ୨୪ରେ ଚନ୍ଦ୍ରବାବୁଙ୍କ ବାସଭବନ ପ୍ରଜା ବେଦିକାକୁ ବୁଲଡୋଜର ଚଲାଇ ଭାଙ୍ଗିଥିଲେ। ସେତେବେଳେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବା ଆନ୍ଧ୍ରପ୍ରଦେଶ ରାଜନୀତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories