www.samajalive.in
Thursday, December 11, 2025
18.1 C
Bhubaneswar

କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠର ବାର୍ଷିକୋତ୍ସବ

ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠର ୬୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ସୁପ୍ରତିଷ୍ଠିତ ସିନେ ତାରକା ତଥା ବିଦ୍ୟାଳୟର ପୁରାତନ ଛାତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲ ପାଠପଢ଼ି ପିତାମାତା ଓ ବିଦ୍ୟାଳୟର ନାମକୁ ଉଚ୍ଚା କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଚୌଦ୍ୱାର- କଟକ ବିଧାୟକ ଉତ୍ସବକୁ ଉଦ୍ଘାଟନ କରି ବିଦ୍ୟାପୀଠର ବିକାଶ ଦିଗରେ ସମସ୍ତ ସାହାୟତା ଯୋଗାଇ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମିତି ଆଲୁମିନି କମିଟି ସଭାପତି ଶୁଭେନ୍ଦୁ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଟାଙ୍ଗୀ ବିଇଓ କୁନ୍ତଳା ଖଟୁଆ,ଡ. ତ୍ରିଦିବ ବେହେରା, ଶିକ୍ଷାବିତ୍ ଗଣେଶ ପ୍ରସାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘କଳିଙ୍ଗା’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।

- Advertisement -

ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କୁ ବ୍ଲକ୍ ଶିକ୍ଷା ବିଭାଗ, ବିଦ୍ୟାଳୟର ଶିକ୍ଷା ମଣ୍ଡଳୀ ତଥା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହିତ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ଓ ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧତି କରାଯାଇଥିଲା । ପ୍ରଧାନ ଶିକ୍ଷକ ରଜେନ୍ଦ୍ର ନାଥ ବିବରଣୀ ପାଠ କରିଥିଲେ ଏବଂ ଆଲୁମିନି ସମିତି ସମ୍ପାଦକ ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories