www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୨,୦୨୧ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦୀଙ୍କ ୨୦୧୪ ଜୁନ୍‍ ମାସରୁ ଏପର୍ଯ୍ୟନ୍ତ ବିଦେଶ ଗସ୍ତ ବାବଦରେ ଖର୍ଚ୍ଚ ହୋଇଛି ୨,୦୨୧ କୋଟି ଟଙ୍କା। ଚାର୍ଟେଡ୍‍ ଫ୍ଲାଇଟ୍‍ ଇନ୍ଧନ, ଭଡ଼ା, ମରାମତି ଓ ହଟ୍‍ଲାଇନ୍‍ ବାବଦରେ ଏହି ଖର୍ଚ୍ଚ ହୋଇଛି। ଅପରପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିଦେଶ ଗସ୍ତ ପାଇଁ ୨୦୦୯ ରୁ ୨୦୧୪ ମଧ୍ୟରେ ୧,୩୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତର ଫଳାଫଳ ସ୍ୱରୂପ ବିଶ୍ୱର ୧୦ଟି ଶ୍ରେଷ୍ଠ ଦେଶରୁ ଭାରତରେ ସର୍ବାଧିକ ବୈଦେଶିକ ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।
ସରକାରଙ୍କ ସୂଚନା ଅନୁଯାୟୀ, ୨୦୧୪ରେ ଭାରତରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ପରିମାଣ ୩୦,୯୩୦.୫ ନିୟୁତ ଡଲାର ଥିବା ବେଳେ ୨୦୧୭ ସୁଦ୍ଧା ୪୩,୪୭୮.୨୭ ନିୟୁତ ଡଲାରରେ ପହଞ୍ଚିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଚାଟେର୍ଡ ଫ୍ଲାଇଟ୍‍ ଭଡ଼ା ବାବଦରେ ୪୨୯.୨୫ କୋଟି ଟଙ୍କା, ସ୍ୱତନ୍ତ୍ର ବିମାନର ରକ୍ଷଣାବେକ୍ଷଣ ପାଇଁ ୧,୫୮୩.୧୮ କୋଟି ଟଙ୍କା, ହଟ୍‍ ଲାଇନ୍‍ ବାବଦରେ ୯.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୪ ଜୁନ୍‍ ରୁ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୮ଟି ବିଦେଶ ଗସ୍ତରେ ୫୫ଟି ଦେଶକୁ ଯାଇଛନ୍ତି। ଅବଶ୍ୟ ଏଥିରେ ୨୦୧୮ରେ ହଟ୍‍ଲାଇନ୍‍ ଖର୍ଚ୍ଚ ସାମିଲ୍‍ କରାଯାଇନାହିଁ।
୨୦୧୪-୧୫ରେ ଚାଟେର୍ଡ ଫ୍ଲାଇଟ୍‍ ବାବଦକୁ ୯୩.୭୬ କୋଟି ଟଙ୍କା, ୨୦୧୫-୧୬ରେ ୧୧୭.୮୯ କୋଟି ଟଙ୍କା, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା, ୨୦୧୭-୧୮ରେ ୯୯.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ଚାଟେର୍ଡ ଫ୍ଲାଇଟ୍‍ ବାବଦରେ ୪୨.୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories