www.samajalive.in
Saturday, December 13, 2025
26.1 C
Bhubaneswar

ନିଆରା ପ୍ରୟାସ: ୧୨ ଲକ୍ଷ ଖର୍ଚ୍ଚ କରି ୧୨୪ ଛେଳିଙ୍କୁ ଦେଲେ ନୂଆ ଜୀବନ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ପଢ଼଼ି ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଏପରି ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ନୂଆଦିଲ୍ଲ୍‌‌ୀରେ। ମୁସଲମାନଙ୍କ ପର୍ବ ଇଦ ଅବସରରେ କଂସେଇ ଖାନାରେ କଟାଯିବାକୁ ଥିବା ୧୨୪ ଛେଳିଙ୍କୁ ନୂଆ ଜୀବନ ଦେଇଛନ୍ତି ଦିଲ୍ଲୀର ଜଣେ ୨୯ ବର୍ଷୀୟ ଯୁବକ ବିବେକ ଜୈନ ଏବଂ ତାଙ୍କର କିଛି ବନ୍ଧୁ। ବିବେକଙ୍କୁ ଏହି ନିଆରା ପ୍ରୟାସକୁ ବେଶ୍‌‌ ପ୍ରଶଂସା ମିଳିଛି।

ବିବେକ ପେସାରେ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ନିକଟରେ ମୁସଲମାନଙ୍କ ପର୍ବ ଇଦ୍‌‌ ପାଳିତ ହୋଇଯାଇଛି। ଇଦ ଅବସରରେ କଟାଯିବାକୁ ଥିବା ଛେଳିଙ୍କୁ କିଣିବାକୁ ଯୋଜନା କରିଥିଲେ ବିବେକ ଏବଂ ତାଙ୍କର ବନ୍ଧୁମାନେ। ବିବେକ ନିଜ ସାଙ୍ଗମାନଙ୍କ ସହିତ ମିଶି ପୁରୁଣା ଦିଲ୍ଲୀର ବଜାରକୁ ଯାଇଥିଲେ। ସେଠାରେ ବୁଲି ବୁଲି ୧୨୪ ଛେଳିଙ୍କୁ କିଣିଥିଲେ। ଏଥିପାଇଁ ସେମାନଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା।

- Advertisement -

ବିବେକ ଏବଂ ତାଙ୍କ ସାଙ୍ଗମାନେ ଏତେ ସଂଖ୍ୟକ ଛେଳିକୁ କିଣି ସେମାନଙ୍କ ଜୀବନ ରକ୍ଷା କରିଥିଲେ। ବର୍ତ୍ତମାନ ସେମାନେ ଉତ୍ତରପ୍ରଦେଶର ବାଗପତ ଅଞ୍ଚଳରେ ଥିବା ଏକ ଛେଳି ଆଶ୍ରୟ କେନ୍ଦ୍ରକୁ ଏହି ଛେଳିମାନଙ୍କୁ ପଠାଇବାକୁ ଯୋଜନା କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିବେକ କହିଛନ୍ତି, ଧାର୍ମିକ ଦର୍ଶନଶାସ୍ତ୍ର ‘ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ’ ଏବଂ ଅହିଂସା ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏପରି କରିଛନ୍ତି। ପ୍ରଥମେ ସେ ନିଜ ସଞ୍ଚିତ ଅର୍ଥରେ ୬/୭ଟି ଛେଳି କିଣିବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ସାଙ୍ଗମାନେ ଯେତେବେଳେ ତାଙ୍କ ଯୋଜନା ବିଷୟରେ ଜାଣିଲେ, ସେମାନେ ଏହି ମହତ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେଇଥିଲେ। ପରେ ସମସ୍ତେ ମିଶି ଏହି ଛେଳିଙ୍କୁ କିଣିବା ସହିତ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories